ପୁଣିଥରେ ବାତ୍ୟା ଗୁଲାବର ତାଜା ସ୍ଥିତି ନେଇ ଆମେ ଆସିଛୁ। ମାତ୍ର ୧୮୦ କିଲୋମିଟର ଦୂରରେ ବାତ୍ୟା ଗୁଲାବ। ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ରହିଛି । ସ୍ଥଳଭାଗ ଛୁଇଁଲା ପରେ ଏହା ୯୦- ୧୦୦ କିଲୋମିଟର ପ୍ରତି ଘଣ୍ଟା ବୋହିବାର ସମ୍ଭବନା ରହିଛି।
ଗୋପାଳପୁର ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗିରହିଛି।
ଦେଖନ୍ତୁ ଏହି ଦୃଶ୍ୟ ।
ଏ ହେଉଛି କଳିଂଗପଟନାମର୍ ସମୁଦ୍ର କୁଳର ତାଜା ଭିଯୁଆଲ।
ସମୁଦ୍ର ଧୀରେ ଧୀରେ ଅଶାନ୍ତ ହେବାରେ ଲାଗିଛି। ଆଜି ଏହିଠାରେ ହେବ ବାତ୍ୟା ଗୁଲବର ଲ୍ୟାଣ୍ଡ ଫଲ। ସୁରକ୍ଷା ଦୃଷ୍ଟିରୁ ବିଚ କୁ କାହାରିକୁ ଛଡ଼ା ଯାଇନାହିଁ। ମାଛ ଧରାଳିଙ୍କୁ ସାବଧାନ କରାଯାଇଛି। ଉପକୂଳବର୍ତ୍ତି ଟ୍ରେନ ଗୁଡିକୁ ପୂର୍ବତଟ ରେଳବାଇ ପକ୍ଷରୁ ଡାଇଭଟ କରାଯାଇଛି। ପ୍ରାୟ ୨୪ ଟି ଟ୍ରେନ ବାତିଲ ମଧ୍ୟ ହୋଇଛି।
ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏ ହେଉଛି ତାଜା ପରିସ୍ଥିତି।
ଆଉ ମାତ୍ର ୧୨୦-୧୮୦ କିଲୋମିଟର ଦୂରରେ ବାତ୍ୟା ଗୁଲାବ।
ଓଡ଼ିଶାରେ ଗଞ୍ଜାମ, ଗଜପତି, ରାୟଗଡାରେ ଏହାର ସର୍ବାଧିକ ପ୍ରଭାବ ରହିବ ଓ ଅନ୍ୟାନ୍ୟ ଜିଲ୍ଲାରେ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ହେବ।
ବାତ୍ୟା ଗୁଲାବର ତାଜା ଅପଡେଟ୍ ପାଇଁ ଲଗ ଇନ କରନ୍ତୁ NNS ଓଡ଼ିଆ . COM ରେ ଓ ଆମକୁ ସାଵସ୍କ୍ରୀବ କରନ୍ତୁ FACEBOOK ଓ YOUTUBE ରେ
ବ୍ୟୁରୋ ରିପୋର୍ଟ