ଦୁର୍ବଳ ହେଉଛି ବାତ୍ୟା ଗୁଲାବ । ତେବେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଗଭୀର ଅବପାତ ଦକ୍ଷିଣ ଓଡ଼ିଶାର ଜିଲ୍ଲା ମଧ୍ୟକୁ ଧୀରେ ଧୀରେ ପ୍ରବେଶ କରୁଥିବାରୁ ବର୍ଷାର ପ୍ରଭାବ କିଛି ଜିଲ୍ଲାରେ ଲାଗି ରହିଛି । ବାତ୍ୟା ଗୁଲାବର ପ୍ରଭାବରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ ଗଜପତି ଜିଲ୍ଲାରେ ରେଡ଼ ଜାରି କରାଯାଇଛି । ସେହିପରି ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଅରେଞ୍ଜ ବାର୍ଣ୍ଣି ଜାରି କରାଯାଇଛି । ତେବେ ସମ୍ପୂର୍ଣ୍ଣ ରାଜ୍ୟରେ ବାତ୍ୟାର ଏତେଟା ପ୍ରଭାବ ପଡ଼ି ନଥିବା ଦେଖା ଯାଇଛି । ରାଜ୍ୟର କେତୋଟି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି ।
#Gulab #Cyclone #NNSODIA