ବର୍ତ୍ତମାନ ର ଗୁରୁତ୍ୱପୂର୍ଣ୍ଣ ଖବର ମାଡ଼ି ଆସୁଛି ବାତ୍ୟା ଗୁଲାବ ।ବଙ୍ଗୋପସାଗର ଉପକୂଳକୁ ସାମୁଦ୍ରିକ ଝଡ଼ ଗୁଲାବ ମାଡ଼ି ଆସୁଥିବା ସୂଚନା ମିଳିଛି । ସନ୍ଧ୍ୟା ୬ ଟାରୁ ଆରମ୍ଭ ହୋଇ ସାରିଛି ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ସମୁଦାୟ ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡ୍ଫଲ୍ ପ୍ରକ୍ରିୟା । ମଧ୍ୟରାତ୍ର ସୁଦ୍ଧା ଗୋପାଳପୁର ଓ କଳିଙ୍ଗପାଟ୍ଟନମ୍ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିମି ରହିପାରେ । ଲ୍ୟାଣ୍ଡ୍ଫଲ୍ ପ୍ରକ୍ରିୟାକୁ ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସନ୍ଧ୍ୟା ୫ଟା ସୁଦ୍ଧା ଗୋପାଳପୁରଠାରୁ ୯୫ କିମି ଦୂରରେ ଥିବା ଗୁଲାବ ଆନ୍ଧ୍ର କଳିଙ୍ଗପଟ୍ଟନମ୍ ଠାରୁ ୮୫ କିମି ଦୂରରେ ରହିଛି ।
#cyclone #gulab #nnsodia