ପୁଣି ଆସୁଛି ଆଉ ଏକ ବାତ୍ୟା | ବାତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ବଢିଛି ଭୟ | ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ଭିତରେ ଭାରତ ମହାସାଗର-ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଏହି ଲଘୁଚାପ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ ମାଧ୍ୟମରେ ଦିଆଯାଇଛି ସୂଚନା । ୨୨ରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଅନୁମାନ କରୁଛନ୍ତି । ତେବେ ଆସନ୍ତା ମାର୍ଚ୍ଚ ୨୦ରେ ବ୍ୟାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଇଛି । ଯଦି ଏହି ଲଘୁଚାପ ବାତ୍ୟା ରୂପ ନିଏ ତେବେ ଏହାର ନାମ ହେବ ‘ଆସାନି’ ।
ବାତ୍ୟା ରୂପ ନେବା ପରେ ଏହା ଓଡ଼ିଶା ଉପକୂଳ ଦେଇ ବାଂଲାଦେଶ ଆଡକୁ ଗତି କରିବ । ଓଡ଼ିଶାରୁ ୨୦୦କିମି ଦୂର ଦେଇ ଗତି କରିବ ବାତ୍ୟା । ୨୩ରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପାଗ ମେଘୁଆ ରହିପାରେ ଏବଂ ସ୍ଥାନେ ସ୍ଥାନେ ଅଳ୍ପ ବର୍ଷା ହେବା ସମ୍ଭାବନା ରହିଛି ।