ପାଖେଇ ଆସୁଛି ଦୁର୍ଗା ପୂଜା । କିନ୍ତୁ ୪ ଫୁଟର ମୂର୍ତ୍ତି ଉଚ୍ଚତାକୁ ନେଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ କଟକରେ ବଢ଼ିବାରେ ଲାଗିଛି ଅସନ୍ତୋଷ ।ଲଗାଣ ବର୍ଷା ସତ୍ତ୍ୱେ କଟକ ବାଦାମବାଡ଼ି ଠାରେ ଆଜି ବିଜେପି କର୍ମୀମାନେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଆନ୍ଦୋଳନ ସ୍ଥଳରେ ୧୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ବାଦାମବାଡ଼ି ଠାରେ ବସ୍ ଅଟକାଇ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆମ୍ବୁଲାନ୍ସ ଓ ଅନ୍ୟ ସମସ୍ତ ଜରୁରୀ ସେବା ଅବ୍ୟାହତ ରହିଥିଲା । କଟକ ଶାନ୍ତି କମିଟି ଓ ଅନ୍ୟ ନେତୃବୃନ୍ଦଙ୍କୁ ସରକାର ଭୁବନେଶ୍ବରକୁ ଡାକି ଆଲୋଚନା କରିବାପରେ ମୂର୍ତ୍ତି ଉଚ୍ଚତା ବଢ଼ିବ ବୋଲି ସମସ୍ତେ ଆଶା ରଖିଥିଲେ । କିନ୍ତୁ ମୂର୍ତ୍ତି ଉଚ୍ଚତା ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୪ଫୁଟ୍ରେ ସୀମିତ ରହିବ ବୋଲି ଏସ୍ଆର୍ସି ଘୋଷଣା ହେବା ପରେ ଏହାକୁ ନେଇ ଅସନ୍ତୋଷ ବଢ଼ିଥିଲା । ଏଥି ସହିତ ଗତକାଲି ରେଲ ଆସୋସିଏସନ ପକ୍ଷରୁ ଅଟୋ ଚଳାଚଳ ବନ୍ଦ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
#Cuttack #NNSODIA