ମହାନଦୀ ରେ ବନ୍ୟା ଜଳ ଆସିବା ପରେ କଟକ ଜିଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ଏବେ ପାଣି ଘେରରେ । ବିଶେଷକରି ଆଠଗଡ଼ ତିଗିରିଆ,ବାଙ୍କୀ , ମାହାଙ୍ଗା ଅଞ୍ଚଳ ର ବିଭିନ୍ନ ପଞ୍ଚାୟତ ଏଯାବତ ପାଣି ଘେର ରେ ରହିଛି । ତେବେ ଏହାକୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସେସବୁ ଅଞ୍ଚଳରେ ଟିମ ମୁତୟନ କରାଯିବା ସହ ରିଲିଫ ବଣ୍ଟନ ବ୍ୟବସ୍ଥା କରାଯାଇଛି । କଟକ ଜିଲ୍ଲା ରେ ଯଦିଓ ବର୍ତ୍ତମାନ ବନ୍ୟା ସ୍ଥିତି ଉପୁଜିନାହିଁ । ତେବେ ଏହି ବନ୍ୟା ଜଳ ରେ ବ୍ୟାପକ ଭାବେ ଫସଲ ହାନି ହୋଇଥିଲା ବେଳେ ହଜାର ହଜାର ହେକ୍ଟର ଚାଷ ଜମି ଜଳବନ୍ଦୀ ଅବସ୍ଥାରେ ରହିଛି । ତେବେ ପାଣି ଛାଡିବା ପରେ କ୍ଷୟକ୍ଷତି ର ଆକଳନ କରାଯିବ ଏବଂ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।
#CUTTACK #MAHANDI #FLOOD #NNSODIA