ବାଲୁ ବଜାର ପୂଜା କମିଟି କୁ ମୁର୍ତ୍ତି ଉଚତା କୁ ନେଇ ହାଇକୋର୍ଟ ରୁ ଝଟକା ଲାଗିବା ପରେ ତଥା ଶାନ୍ତି କମିଟି ବୈଠକ ରେ କୌଣସି ନିର୍ଯ୍ୟାସ ନ ବାହାରିବା ଯୋଗୁଁ ଦ୍ଵନ୍ଦ ରେ ଏବେ ବି ସହର ର ସମସ୍ତ ପୂଜା କମିଟି।ତେବେ ଏହି ପ୍ରସଙ୍ଗ ରେ ମତ ରଖି କଟକ ସାଂସଦ ଭର୍ତୃହରି ମହତାବ କହିଛନ୍ତି ମୁର୍ତ୍ତି ପ୍ରସଙ୍ଗ ରେ ଉଚତମ ନ୍ୟାୟାଳୟ କୁ ଯିବା ପାଇଁ ଆଉ ସମୟ ନାହିଁ।ତେଣୁ ସବୁ ଦ୍ଵନ୍ଦ କୁ ମନ ରୁ ଦୂର କରି ରାଜ୍ୟ ସରକାରଙ୍କ ପୂଜା ଗାଇଡ୍ ଲାଇନ୍ କୁ ମାନି ଏବର୍ଷ ପାର୍ବଣ ପାଳିବା ପାଇଁ ପରାମର୍ଶ ଦେଇଛନ୍ତି କଟକ ସାଂସଦ ଭର୍ତୃହରି ମହତାବ। ବର୍ତମାନ ପରିସ୍ଥିତ ରେ ଏହି ବିବାଦ କୁ ଆଉ ଆଗକୁ ଟାଣିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି ସାଂସଦ ମହତାବ । ଅପରପଟେ ରାଜ୍ୟ ସଭା ସାଂସଦ ସୁବାଷ ସିଂ କହିଛନ୍ତି ବର୍ତମାନ କରୋନା ର ସ୍ଥିତିକୁ ଦେଖି ତଥା କେନ୍ଦ୍ର ସରକାର ଙ୍କ ଗାଇଡ୍ ଲାଇନ୍ କୁ ଦୃଷ୍ଟିରେ ରଖି ସରକାର ପୂଜା ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଯଦି ପୂଜା ରେ ଢିଲ ଦିଆଯାଏ ଆଉ ମୁର୍ତ୍ତି ବଡ଼ କରାଯାଏ ତାହା ନିଶ୍ଚିତ ରୂପେ ଅନେକ ସମସ୍ୟା ସୃଷ୍ଟି ହେବ।ଆଉ ପରିସ୍ଥିତି କେରଳ, ମହାରାଷ୍ଟ୍ର ଭଳି ଯେ ନ ହେବ ତାହା କହି ହେବ ନାହିଁ।ତେଣୁ ଆମେ ସମସ୍ତେ ନ୍ୟାୟାଳୟ ସହ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ପୂଜା ଗାଇଡ୍ ଲାଇନ୍ କୁ ପାଳନ କରି ଚଳିତ ବର୍ଷ ମା ଙ୍କ ପୂଜା କରିବା ଉଚିତ୍ ବୋଲି କହିଛନ୍ତି ସାଂସଦ ଶ୍ରୀ ସିଂ । ଅପରପଟେ ଏହି ପ୍ରସଙ୍ଗ କୁ ବିଧାନସଭାରେ ଉତ୍ଥାପନ କରାଗଲା ପରେ ଏ ବାବଦରେ ଆଲୋଚନା କରିବା ପାଇଁ ବାଚସ୍ପତି ରୁଲିଙ୍ଗ ଦେଲେ । ସେତେବେଳେ ଏହି ପ୍ରସଙ୍ଗ ରେ ଶାସକ ଦଳ ର ନେତାମାନଙ୍କୁ ଭଲ ଭାବେ ଗୃହ ରେ ଆଲୋଚନା କରିବା ର ଥିଲା। ହେଲେ ଗୃହ ରେ ଆଲୋଚନା କରିବା ପରିବର୍ତ୍ତେ ସରକାର ଙ୍କ ସହ ଶାସକ ଦଳ ର ନେତାମାନେ ସ୍ଵର ମିଳାଇ ଚାଲିଲେ।ଫଳରେ ଏଭଳି ପରିସ୍ଥିତି ଉପୁଜିଲା।ଆରମ୍ଭ ରୁ ଏ ପର୍ଯ୍ୟନ୍ତ ମୁର୍ତ୍ତି ପ୍ରସଙ୍ଗ ରେ ସରକାର ହିଁ ସମସ୍ତ ଙ୍କୁ ଦ୍ଵନ୍ଦ ରେ ରଖିଲେ ଏବଂ ଶାସକ ଦଳ ର ନେତାମାନେ ଯେଉଁମାନେ ସରକାରଙ୍କ ସହ ଆଲୋଚନା କରିଥିଲେ, ସେମାନେ ଠିକ୍ ଭାବେ ଏ ବାବଦରେ ଆଲୋଚନା କରି ପାରି ନ ଥିବାରୁ ସକରାତ୍ମକ ନିଷ୍ପତ୍ତି ମିଳିବା ରେ ଫେଲ ମାରିଲେ ବୋଲି କହିଛନ୍ତି ବାରବାଟି କଟକ ବିଧାୟକ ମହମ୍ମଦ ମୁକିମ୍ । ଉଚତମ କୋର୍ଟ କୁ ଯିବା ପାଇଁ ବାଲୁ ବଜାର ପୂଜା କମିଟି କିମ୍ବା ସହର ର ଅନ୍ୟ କୌଣସି ପୂଜା ମଣ୍ଡପ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇ ନ ଥିବା ବେଳେ ଆସନ୍ତା କାଲି ଠାରୁ ସହର ର ସମସ୍ତ ପୁଜା କମିଟି କରୋନା ର ପୂଜା ଗାଇଡ୍ ଲାଇନ୍ ଅନୁଯାୟୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ଆଶା କରାଯାଉଛି।
#cuttack #Durgapuja #NNSODIA