କଟକ(ଏନଏନଏସ୍): ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ। ଲାଞ୍ଚ ନେଉଥିବା ବେଳେ କଟକ ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନାଯୋଗ୍ୟ ନିର୍ବାହୀ ଯନ୍ତ୍ରୀ ବଡମ୍ବା ବ୍ଲକ ତୁଣୁପୁର ଗାଁର ସରପଞ୍ଚଙ୍କ ସ୍ୱାମୀଙ୍କ ଠାରୁ ବିଲ ପାସ୍ କରାଇଦେବା ପାଇଁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ।
ଖବର ଅନୁଯାୟୀ କଟକ ଜିଲ୍ଲା ବଡମ୍ବା ବ୍ଲକ୍ ଅନ୍ତର୍ଗତ ତୁଣପୁର ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ବିଲ୍ କରାଇ ଦେବା ପାଇଁ ୩୦ହଜାର ଟଙ୍କା ଦାବି କରିଥିଲେ ନିର୍ବାହୀ ଯନ୍ତ୍ରୀ। ଏ ବିଷୟରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା। ଯୋଜନା ମୁତାବକ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଅନ୍ୟପଟେ ବଡମ୍ବା ବ୍ଲକ୍ ଏବଂ କଟକ ବାଲିକୁଦା ବାସଭବନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍।