ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ । ବାରିପଦାର ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ କରି ବିପୁଳ ସମ୍ପତ୍ତି ଜବତ କରିଥିଲା । ସନ୍ତୋଷଙ୍କ ବାଲେଶ୍ୱରସ୍ଥିତ ଘରୁ ଖାଲି ମିଳିଥିଲା ନଗଦ ୪୨ ଲକ୍ଷ ଟଙ୍କା । ତାଙ୍କ ପାଖରୁ ମୋଟ ୨ କୋଟି ୮୦ ଲକ୍ଷ ୫୬ ହଜାର ଟଙ୍କା ଜବତ ହୋଇଥିଲା । ଯନ୍ତ୍ରୀ ସନ୍ତୋଷ ଦାସ ଓ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ ।
ଏହାସହ ଚଢାଉ ବେଳେ ୬୫୯ ଗ୍ରାମ ସୁନା ଜବତ ହୋଇଥିଲା । ସନ୍ତୋଷଙ୍କର ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱରରେ ବହୁ କୋଠା ଥିବା ନେଇ କାଗଜପତ୍ର ଜବତ ହୋଇଛି ।
ଆଇଟିଡିଏ ଯନ୍ତ୍ରୀ ସନ୍ତୋଷଙ୍କ ସମ୍ପତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ୟ୍ୟ ହୋଇଯାଇଥିଲେ ।