ଭୁବନେଶ୍ୱର,୦୪.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଗତକାଲି ସନ୍ଧ୍ୟାରେ ଭିଏସଏସ ନଗରର ସିଏଲ୍ କଲୋନୀସ୍ଥିତ ନିଜ ଘର ଭିତରେ ଶିବାନନ୍ଦ ବାଣ ଭିଡିବା ବେଳେ ବାଣ ବିସ୍ଫୋରଣ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ରାଜଧାନୀରେ ଏକ ଘରୋଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ କି ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ଶିବନ ନିଜ ଘରେ ବାଣ ଭିଡ଼ୁଥିଲେ। ଠିକ୍ ସେହି ସମୟରେ ହଠାତ୍ ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଫଳରେ ତାଙ୍କ ଆଜବେଷ୍ଟସ୍ ଘରର ଛପର ଉଡ଼ି ଯାଇଥିଲା। ଘରୋଇ ଉପକରଣ ସାମଗ୍ରୀ ସବୁ ଛିନ୍ଛତ୍ର ହୋଇ ବାହାରେ ପଡ଼ିଥିଲା। ସେ ଗୁରୁତର ଆହତ ହୋଇଥିଲେ। ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କମିଶନରେଟ୍ ପୁଲିସ୍ ପହଞ୍ଚିବା ପୂର୍ବରୁ ଶିବନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସେ ଆଖି ବୁଜିଦେଲେ।