୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୁନରୁ ୧୮ ବର୍ଷ ଭିତରେ ୯୩ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ୩୭୨ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୨୬୬ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ସଂକ୍ରମିତ ହୋଇଥିବା ୨ ଜଣ ଶିଶୁ ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ବର୍ତ୍ତମାନ ସାରା ରାଜ୍ୟରେ ମୋଟ୍ ୨ ଜଣ ଶିଶୁ କରୋନା ଆକ୍ରାନ୍ତ ହୋଇ ଆଇସିୟୁରେ ରହି ଚିକିତ୍ସିତ ହେବା ସହିତ ଅନ୍ୟ ୧୩ ଜଣ ଶିଶୁଙ୍କୁ ସାଧାରଣ ଶଯ୍ୟାରେ ରଖି ଚିିକିତ୍ସା କରାଯାଉଛି । ସେପଟେ ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ତୃତୀୟ ଲହରରେ ଶିଶୁମାନେ ଅଧିକ ମାତ୍ରାରେ ସଂକ୍ରମିତ ହୋଇପାରନ୍ତି ବୋଲି ଆଶଙ୍କା ରହିଛି । ତେଣୁ ସେମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି କରିଛନ୍ତି । ତେବେ ତୃତୀୟ ଲହରର ସାମ୍ନା କରିବା ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଶିଶୁମାନଙ୍କ ପାଇଁ ମୋଟ୍ ୬୭୪ଟି ଆଇସିୟୁ ବେଡ୍, ୧୭୯ ଭେଂଟିଲେଟର ଏବଂ ୧ ହଜାର ୫୮୫ ସାଧାରଣ ବେଡ୍ ପ୍ରସ୍ତୁତ ରଖାଯାଇଛି । ତେବେ ଏସବୁ ପରେ ସବୁଠାରୁ ବଡ଼ ଚିନ୍ତାର ବିଷୟ ରହିଛି ନୂଆ ଭ୍ୟାରିଏଣ୍ଟ । ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଯଦି କୌଣସି ନୂଆ ଭାରିଆଣ୍ଟ ସୃଷ୍ଟି ନହୁଏ ତେବେ ଦେଶରେ ଦ୍ୱିତୀୟ ଲହରୀ ପରି ତୃତୀୟ ଲହରୀ ଏତେ ମାତ୍ରାରେ ମାରାତ୍ମକ ହେବ ନାହିଁ ।
#COVID19 #ThirdWave #NNSODIA