ରାଜ୍ୟରେ କରୋନା ସଂକ୍ରମଣ 10ହଜାର ପାର କଲାଣି | ପ୍ରତିଦିନ ହଜାର ହଜାର ଲୋକଙ୍କ କୋଭିଡ ଟେଷ୍ଟ କରାଯାଉଛି | କୋଭିଡ ଟେଷ୍ଟ ପାଇଁ ସମସ୍ତ ସରକାରୀ ଡାକ୍ତରଖାନାକୁ କୋଭିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ପ୍ରଦାନ କରାଯାଉଛି | କିନ୍ତୁ ଯାଜପୁର ଜିଲ୍ଲା କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଙ୍ଘାତିକ ଅନିୟମିତତା ଦେଖିବାକୁ ମିଳିଛି । ଏହି ଡାକ୍ତରଖାନାକୁ ଆସିଥିବା ଶହ ଶହ କରୋନା ଟେଷ୍ଟ କିଟକୁ ବ୍ୟବହାର ନ କରି ପୋଡିଦିଆଯାଇଛି । ମାସ ମାସ ଧରି ଏଠାରେ ଦରକାରୀ କରୋନା ଟେଷ୍ଟ କିଟକୁ ଏଭଳି ନଷ୍ଟ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପରୀକ୍ଷା ନ କରି ସାର୍ଟିଫିକେଟ ଦିଆଯାଉଥିବା ଅଭିଯୋଗ ଆସୁଛି । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବୀ ହୋଇଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।