ମାଇକ୍ରୋଚିପ୍ ଲାଗିବ ହାତରେ । ନିରୁପଣ ହେବ ଟୀକାକରଣ । ଆବଶ୍ୟକ ପଡିବନି ସାର୍ଟିଫିକେଟ । କରୋନାର ରୁପାନ୍ତରିକରଣରୁ ରକ୍ଷା କରିବ ଟୀକା। ଟୀକାକରଣ ର ସ୍ଥିତି ଜାଣିବାକୁ ଏହି ମାଇକ୍ରୋଚିଫର ହୋଇଛି ଆବିଷ୍କାର, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହା ଏକ ମାଇକ୍ରୋଚିପ୍, ଯାହାକୁ ହାତ ଭିତରେ ସଂଲଗ୍ନ କରାଯିବ । ଚିପ୍ ସ୍କାନ୍ କରିବା ମାତ୍ରେ ବ୍ୟକ୍ତିଙ୍କର ଟିକାକରଣ ସ୍ଥିତି ଜଣାପଡ଼ିବ । ସ୍ୱିଡେନ୍ର ଏକ କମ୍ପାନି ଏହି ମାଇକ୍ରୋଚିପ୍ ପ୍ରସ୍ତୁତ କରିଛି । ଏହାକୁ ଲୋକଙ୍କ ହାତରେ ଖଞ୍ଜାଯିବ । ଏହା ସ୍କାନ୍ ହେବା ମାତ୍ରେ କରୋନା ଟିକାକରଣର ସ୍ଥିତି ଜଣାଇଦେବ । ଏହି ଚିପ୍କୁ ହାତରେ ଲଗାଇବା ପରେ ଲୋକଙ୍କୁ ଟିକାକରଣ ପ୍ରମାଣପତ୍ର ସାଙ୍ଗରେ ଧରିବାକୁ ପଡ଼ିବ ନାହିଁ । ଡିସ୍ରପ୍ଟିଭ୍ ସବ୍ଡର୍ମାଲ ନାମକ ଟେକ୍ କମ୍ପାନି ଏହି ଅଜବ ଚିପ୍ ପ୍ରସ୍ତୁତ କରିଛି ।
ଏହା ୨ ମିଲିମିଟରରୁ ୧୬ ମିଲିମିଟର ପର୍ଯ୍ୟନ୍ତ ଆକାରରେ ଉପଲବ୍ଧ । କମ୍ପାନିର ପ୍ରବନ୍ଧନ ନିର୍ଦ୍ଦେଶକ କହିଛନ୍ତି, ସେ ନିଜେ ଏହି ଚିପ୍କୁ ହାତରେ ଲଗାଇଛନ୍ତି । ଚିପ୍ ଜରିଆରେ ସେ ନିଜର କୋଭିଡ୍ ପାସ୍ପୋର୍ଟ ସାଙ୍ଗରେ ନେଇ ବୁଲୁଛନ୍ତି । ଚିପ୍କୁ ହାତରେ ଲଗାଇବା ପାଇଁ ୧୦୦ ୟୁରୋ ଖର୍ଚ୍ଚ କରିବାକୁ ପଡ଼ିବ । ଫୋନ୍ ଜରିଆରେ ଏହା ସ୍କାନ୍ କରିବା ପରେ ନିଜର କାମ ଆରମ୍ଭ କରିଦେବ । ଏହା ମାଧ୍ୟମରେ କୋଭିଡ୍ ପ୍ରମାଣପତ୍ର ପିଡିଏଫ୍ ରୂପେ ସ୍କ୍ରିନ୍ରେ ଦେଖାଯିବ । ଏଭଳି ମାଇକ୍ରୋଚିପ୍ ଜରିଆରେ ଯେକୌଣସି ସ୍ଥାନରେ ଲୋକେ ଆପଣଙ୍କ ଟିକାକରଣ ସ୍ଥିତି ଜାଣିପାରିବେ । ଫିଲ୍ମ ଦେଖନ୍ତୁ ବା ସପିଂ କରନ୍ତୁ, କିମ୍ବା ଭ୍ରମଣରେ ଯାଆନ୍ତୁ । ସବୁଠି ଏହି ଚିପ୍ ଆପଣଙ୍କ ଟିକାକରଣର ପ୍ରମାଣ ଦେବ ।