କୋରୋନା ମହାମାରୀ। ୨୦୧୯ ମସିହା ଡିସେମ୍ବର ମାସରେ ଚୀନର ଉହାନ ସହରର ଏକ ଲ୍ୟାବରୁ ସୃଷ୍ଟି ହୋଇଥିବା ଏହି ଭୁତାଣୁ ଏବେ ସାରା ବିଶ୍ଵକୁ ନିଜ କବଳକୁ ନେଇସାରିଛି। ମହାମାରୀକୁ ଏଥି ମଧ୍ୟରେ ଦୁଇ ବର୍ଷ ପୂରିବାକୁ ବସିଥିବା ବେଳେ ଏଥିରେ ଅନେକ ଲୋକ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବେଳେ ଅନେକ ଆକ୍ରାନ୍ତଙ୍କ ପ୍ରାଣ ଯାଇଛି। ଦୁଇ ବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଭ୍ୟାରିଆଣ୍ଟର ରୂପ ନେଇ କୋରୋନା ମହାମାରୀ ପୁରା ମାନବ ସମାଜକୁ ଅସ୍ତବ୍ୟସ୍ତ କରି ରଖିଥିବା ଦେଖିବାକୁ ମିଳିଛି। ଯଦି ଦେଖିବା ତେବେ ବିଶ୍ଵରେ ବର୍ତ୍ତମାନ ସୁଦ୍ଧା 234,286,537ଲୋକ ଆକ୍ରାନ୍ତ ହୋଇଥିବା ବେଳେ 4,791,862ଲୋକ ପ୍ରାଣ ହରାଇ ସାରିଲେଣି। ବିଶେଷ କରି ଯୁକ୍ତରାଷ୍ଟ୍ର ଆମେରିକା, ଭାରତ, ବ୍ରିଟେନ ଭଳି ଅନେକ ବଡ ବଡ ଦେଶ କୋରୋନାରେ ବିଶେଷ ପ୍ରଭାବିତ ହୋଇଛନ୍ତି। ଆମେରିକାରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ 43,618,627ଲୋକ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ 700,285 ଲୋକ ମୃତ୍ୟୁ ବରଣ କରିଛନ୍ତି। ସେହିପରି ୟୁରୋପିଆନ ୟୂନିୟନରେ 37,981,858ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 771,983 ରହିଛି। ଅନ୍ୟପଟେ ଭାରତରେ ମଧ୍ୟ 33,791,061ଲୋକ ଆକ୍ରାନ୍ତ ହୋଇଥିବା ବେଳେ 448,573ଲୋକ ପ୍ରାଣ ହରାଇ ସାରିଲେଣି।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାର ବିଭିନ୍ନ ଭ୍ୟାରିଆଣ୍ଟ ଆସିଥିବା ବେଳେ ତାକୁ ତାଳ ଦେଇ ବିଶ୍ଵର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଭ୍ୟାକ୍ସିନ ବିକଶିତ ହୋଇ ସାରିଛି, ଯାହା ମହାମାରୀ କୋରୋନାକୁ କେତେକାଂଶରେ ମାତ ଦେବାରେ ସଫଳ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ଵ ଜନସଂଖ୍ୟାର ଅଧା ଲୋକ ଟିକାକରଣରେ ସାମିଲ ହୋଇ ପାରିନାହାଁନ୍ତି।
ତେବେ ଏସବୁ ମଧ୍ୟରେ କୋରୋନାର ଡେଲଟା ଭ୍ୟାରିଆଣ୍ଟକୁ ନେଇ ଲୋକଙ୍କ ମନରେ ଭୟ ରହିଛି। ଭ୍ୟାକ୍ସିନ କୋରୋନାକୁ ମାତ ଦେଉଥିବା କୁହାଯାଉଥିବା ବେଳେ ଡେଲଟା ଭ୍ୟାରିଆଣ୍ଟ ଭ୍ୟାକ୍ସିନ୍ ନେଇଥିବା ଲୋକଙ୍କୁ ବିଶେଷ ଭାବେ ସଂକ୍ରମିତ କରୁଛି, ହେଲେ ଆଶ୍ଵସ୍ତିର କଥା ଭ୍ୟାକ୍ସିନ ନେବା ବ୍ୟକ୍ତିଙ୍କ କୋରୋନାର ଡେଲଟା ଭ୍ୟାରିଆଣ୍ଟ ବିଶେଷ କ୍ଷତି କରି ପାରୁନାହିଁ।
ଅନ୍ୟପକ୍ଷରେ କୋରୋନା ଯୋଗୁଁ ବିଗତ ଦୁଇ ବର୍ଷରେ ବିଶ୍ଵ ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଆମେରିକା, ବ୍ରିଟେନ, ଭାରତ ଭଳି ବିକାଶଶୀଳ ଏବଂ ବିକାଶୋମ୍ନୋଖି ରାଷ୍ଟ୍ର ଗୁଡିକର ଆର୍ଥିକ ସ୍ଥିତି ଦୟନୀୟ ଅବସ୍ଥାରେ ପହଁଚିଛି।…