କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି | ଭାରତ ସମେତ ବିଶ୍ୱର ଅନେକ ଦେଶ ଏହି ସଂକ୍ରମଣ ସହ ସଂଗ୍ରାମ ଜାରି ରଖିଛନ୍ତି । ନୂଆ ଭାରିଆଣ୍ଟ ଓମିକ୍ରନ୍ ଖୁବଶୀଘ୍ର ଲୋକଙ୍କୁ ସଂକ୍ରମିତ କରୁଛି | ଏହି ସମୟରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ନିକଟରେ ୱାଶିଂଟନ୍ର ବୈଜ୍ଞାନିକ ତଥା ଅଣୁଜୀବ ବିଜ୍ଞାନୀ ଡକ୍ଟର କୁତୁବ ମହମ୍ମଦ କହିଛନ୍ତି ଯେ ଏହି ମହାମାରୀ ସବୁଦିନ ପାଇଁ ରହିବ ନାହିଁ ଏବଂ ଖୁବଶୀଘ୍ର ଏହାର ଅନ୍ତ ଘଟିବାକୁ ଯାଉଛି | ଡକ୍ଟର କୁତୁବ ଚେସ ଖେଳର ଉଦାହରଣ ଦେଇ କହିଛନ୍ତି ଯେ, ଏହି ଭାଇରସ ତାର କାୟା ବିସ୍ତାର କରୁଛି ଏବଂ ଆମେମାନେ ମଧ୍ୟ ତାକୁ ପରାସ୍ତ କରିବାକୁ ଚେଷ୍ଟା କରୁଛୁ | ଚେସର ଏହି ଖେଳରେ କେହି ବିଜେତା ନାହାଁନ୍ତି, ଏହା ଏକ ଡ୍ର ମ୍ୟାଚ ଭଳି | ଯେଉଁଠାରେ ଭାଇରସ କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯିବେ ଏବଂ ଆମେ ପ୍ରକୃତରେ ଜିତିବୁ | ଏପରିକି ଖୁବ ଶୀଘ୍ର ଆମକୁ ମୁହଁରେ ମାସ୍କ ପିନ୍ଧିବାରୁ ମଧ୍ୟ ମୁକ୍ତି ମିଳିବ | ଆମେ ଆଶା କରୁଛୁ ଆମେ ପୁଣି ଆଗକୁ ବଢିବା |
6 ଜାନୁୟାରୀ 2021ରେ ଆରମ୍ଭ ହୋଇଥିବା ଦେଶବ୍ୟାପୀ କରୋନା ଟୀକାକରଣ ଅଭିଯାନର ପ୍ରଥମ ବାର୍ଷିକୀ ଭିତରେ 156 କୋଟି ଟିକାକରଣ କରି ଭାରତ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏହା ଉପରେ ଡକ୍ଟର କୁତୁବ କହିଛନ୍ତି ଯେ, କରୋନା ବିରୋଧରେ ଲଢ଼ିବା ପାଇଁ ଟିକା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର। ଟିକା, ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିବଡି ଭଳି ଅସ୍ତ୍ରଶସ୍ତ୍ର ଅଛି ଯାହାକୁ ଆମେ ଭାଇରସ ବିରୁଦ୍ଧରେ ବ୍ୟବହାର କରିଛୁ। ମୁହଁରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ଦ୍ୱାରା ଆମେ କରୋନାକୁ ପରାସ୍ତ କରିପାରିବା | ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆଗକୁ କୌଣସି ମ୍ୟୁଟାଣ୍ଟ ଆସେ, ତା’ହେଲେ ଭୟଭୀତ ହେବାର ଆବଶ୍ୟକତା ନାହିଁ | ଯଦି ସମସ୍ତ ଜନସଂଖ୍ୟାକୁ ଟୀକାକରଣ କରାଯାଏ ତେବେ ଯେ କୌଣସି ଭାଇରସ ଆସିଲେ ମଧ୍ୟ ଆମେ ସୁରକ୍ଷିତ ରହିପାରିବା |