ପୃଥିବୀ ପୃଷ୍ଠରେ ଅସଂଖ୍ୟ ‘ଅଜ୍ଞାତ ଉଡ଼ନ୍ତା ଯାନ’ ବା ‘ୟୁଏଫ୍ଓ’ ଥିବା କଥା ‘ଡେଲି ମେଲ୍ ୟୁ.କେ.’ ରିପୋର୍ଟ ଦେଇଛନ୍ତି।
ଆମେରିକା ସଶସ୍ତ୍ର ସେନାର ମହାକାଶ ସେବା ଶାଖା ‘ଯୁକ୍ତରାଷ୍ଟ୍ର ଆମେରିକା ମହାକଶ ବଳ’ ବହୁମାତ୍ର ଦେଖାଯାଉଥିବା ଉକ୍ତ ‘ୟୁଏଫ୍ଓ’ଗୁଡ଼ିକୁ ଚିହ୍ନଟ କରିବା ଲାଗି ଯୋଜନା କରିଛନ୍ତି।
ସୂଚନା ଅନୁଯାୟୀ, ଯୁକ୍ତରାଷ୍ଟ୍ର ଆମେରିକା ବାୟୁସେନାର ସାଧ୍ୟ ବାହାରେ ଥିବା ଆମେରିକାର ଆକାଶକୁ ସୁରକ୍ଷା ଦେବା ଲାଗି ଅତିରିକ୍ତ ସୁରକ୍ଷାବଳ ଭାବେ କାର୍ଯ୍ୟ କରିବା ଲାଗି ବିଶ୍ବର ଏହି ପ୍ରଥମ ‘ମହାକାଶ ସେନା’ ୨୦୧୯ ମସିହାରେ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ରାଷ୍ଟ୍ରପତିତ୍ବ ସମୟରେ ଗଠନ କରାଯାଇଥିଲା।
‘ଯୁକ୍ତରାଷ୍ଟ୍ର ଆମେରିକା ମହାକଶ ବଳ’ ଆହୁରି ମଧ୍ୟ କହିଛି ଯେ, ଉକ୍ତ ‘ୟୁଏଫ୍ଓ’ଗୁଡ଼ିକ ମାଧ୍ୟକର୍ଷଣ ଶକ୍ତିକୁ ଏଡ଼ାଇ ଦେଇପାରୁଛନ୍ତି, ଅନେକ ‘ସେନ୍ସର୍’ରେ ଦେଖା ଦେଉଛନ୍ତି, ହଠାତ୍ ଏଗୁଡ଼ିକର ବେଗ ବୃଦ୍ଧି ପାଉଛି, ‘ହାଇପର୍ସୋନିକ୍’ ବେଗରେ ଉଡ଼ିବା ବେଳେ ‘ସୋନିକ୍ ବୁମ୍’ ସମୁଦ୍ର ଓ ବହୁ ଦୁରକୁ ସମାନ ବେଗରେ ଉଡ଼ିପାରୁଛନ୍ତି। ‘ୟୁଏଫ୍ଓ’ଗୁଡ଼ିକର ଏହି ୫ଟି ଆଚରଣ ଅଧ୍ୟୟନ କରାଯାଇ ପାରିବ।
‘ଡେଲି ମେଲ୍’ କହିଛନ୍ତି ଯେ, ଆମେରିକା ସରକାର ସଫଳତାର ସହିତ ଅନ୍ୟୂନ ୯ଟି ‘ୟୁଏଫ୍ଓ’ ଉଦ୍ଧାର କରିଛି। ସେଗୁଡ଼ିକ ମଧ୍ୟରୁ ୨ଟି ଭଲ ଥିବା ବେଳେ ବାକି ଦୁର୍ଘଟଣାଗ୍ରସ୍ତ ହୋଇ ନଷ୍ଟ ହୋଇ ଯାଇଛି।