ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଛାତ୍ରବୃତ୍ତି ଯୋଜନାରେ ବଡ଼ ଧୋକା । ୨୦୨୩ ଆର୍ଥିକ ବର୍ଷରେ ବହୁ ପରିମାଣରେ ଜାଲ୍ ଆବେଦନ ହୋଇଥିବା ଜଣାପଡ଼ିଛି । ବିଭିନ୍ନ ରାଜ୍ୟରେ ଚଳିତ ବର୍ଷ ପ୍ରାୟ ୨୫.୫ ଲକ୍ଷ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କୁ ଆବେଦନ କରିଥିଲେ । ଜାଗଜପତ୍ର ଯାଞ୍ଚ ବେଳେ ସତ ସାମ୍ନାକୁ ଆସିଛି । ଆଧାର ବାୟୋମେଟ୍ରିକରେ ପ୍ରାୟ ୬.୭ ଲକ୍ଷ ଛାତ୍ରଛାତ୍ରୀ ଜାଲ୍ କାଗଜପତ୍ର ଦେଇ ଆବେଦନ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଏକ ଲକ୍ଷ ସଂସ୍ଥାର ନୋଡାଲ ଅଧିକାରୀ ଏବଂ ସମାନ ସଂଖ୍ୟାରେ ସଂସ୍ଥା ପ୍ରମୁଖ ଛାତ୍ରବୃତ୍ତି ଆବେଦନକୁ ପ୍ରମାଣିତ କରିଛନ୍ତି । ଏମାନଙ୍କ ମଧ୍ୟରୁ ୫, ୪୨୨ ଆଇଏନଓ ଏବଂ ୪, ୮୩୪ଏଚଓଆଇ ବାୟୋମେଟ୍ରିକ୍ ଯାଞ୍ଚ ବେଳେ ଗାଏବ୍ ରହିଥିଲେ ।
ଛାତ୍ରବୃତ୍ତି କାଗଜପତ୍ରର ଯାଞ୍ଚ ଶେଷ ହେବା ପରେ ଶିକ୍ଷା ମନ୍ତ୍ରାଳୟ ଦ୍ବାରା ମୋଟ୍ ୧୮.୮ ଲକ୍ଷ ଆବେଦନକାରୀଙ୍କ କାଗଜପତ୍ର ଠିକ୍ ଥିବା ପ୍ରମାଣିତ ହୋଇଛି । ଯାଞ୍ଚରେ ଜଣାପଡ଼ିଛି ୨୦୨୨-୨୩ରେ ନବୀକରଣ କରିଥିବା ୩୦ ପ୍ରତିଶତ ଆବେଦନକାରୀଙ୍କ ଆବେଦନ ଜାଲ୍ ପ୍ରମାଣିତ ହୋଇଛି । ସେହିପରି ୨୦୨୧-୨୨ରେ ମନ୍ତ୍ରାଳୟକୁ ୩୦ ଲକ୍ଷ ଛାତ୍ରବୃତ୍ତି ଆପ୍ଲିକେସନ ମିଳିଛି । ଏଥିରୁ ୯.୧ ଲକ୍ଷ ଆପ୍ଲିକେସନ ନବୀକରଣ ହୋଇଛି ।
୨୦୧୮ରୁ ନିର୍ମାଣ ଚାଲିଥିଲା ସିଲକୟାରା ଟନେଲ୍, ୫ ବର୍ଷରେ ୨୦ ଥର ଭୁଶୁଡିଛି !
ଏହି ଛାତ୍ରବୃତ୍ତି ସଂସ୍ଥାର ନୋଡାଲ ଅଧିକାରୀଙ୍କ ଦ୍ବାରା ଯାଞ୍ଚ ହେବା ପରେ ଜିଲ୍ଲା ସ୍ତରରେ ଥିବା ସଂଖ୍ୟାଲଘୁ ନୋଡାଲ ଅଧିକାରୀ ଦ୍ବାରା ଅନୁମୋଦିତ ହୋଇ ଯାଞ୍ଚ ହୋଇଥାଏ । ପରେ ଏହାକୁ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ଛାତ୍ରବୃତ୍ତି ଟଙ୍କା ଯାଇଥାଏ । ତେବେ ଏହି ଘୋଟଲାର ତଦନ୍ତ ଦାୟିତ୍ବ ସିବିଆଇକୁ ଦିଆଯିବ ବୋଲି ଜଣାପଡ଼ିଛି । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପୂର୍ବରୁ ସଂଖ୍ୟାଲଘୁ ଛାତ୍ରବୃତ୍ତିରେ ଗମ୍ଭୀର ଅନିୟମିତତାର ଯାଞ୍ଚ କରୁଛି । ଏବେ ଏହି ମାମଲା ଉପରୁ ପରଦା ହଟିବ । ତେବେ ଏଥିରେ କେଉଁ କେଉଁ ମାନେ ଜଡ଼ିତ ରହିଛନ୍ତି ତାହା ସାମ୍ନାକୁ ଆସିବ ।
ଜାତୀୟ ଛାତ୍ରବୃତ୍ତି ପୋର୍ଟାଲରେ ରେଜିଷ୍ଟ୍ରେସନ ହୋଇଥିବା ୧୫୭୨ ସଂଖ୍ୟାଲଘୁ ସଂସ୍ଥାର ଯାଞ୍ଚରୁ ଜଣାପଡ଼ିଛି ଯେ, ଏଥିରେ ୮୩୦ରୁ ଅଧିକ ଜାଲ୍ ଲାଭାର୍ଥୀ ରହିଛନ୍ତି । ଫଳରେ ମନ୍ତ୍ରାଳୟ ଏହାର ଯାଞ୍ଚ୍ ଦାତିୟ୍ବ ସିବିଆଇ ଦେଇଥିଲେ। ୨୦୧୭-୧୮ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ଆବେଦନ କରିଥିବା ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ୧୪୫କୋଟି ଟଙ୍କା ଦିଆଯାଇଛି ।