<h3>ପୁଣି ଡରାଇଲାଣି କରୋନା ।ଭାରତରେ ଦେଖାଦେଲାଣି କରୋନାର ନୂଆ ଭାରିଆଂଟ ।ଖାଲି ଦେଶରେ ନୁହେଁ, ଓଡିଶାରୁ ମଧ୍ୟ ଚିହ୍ନଟ ହୋଇଛନ୍ତି ୧୭ ନୂଆ ଆକ୍ରାନ୍ତ ।ଆଉ ସାରା ଦେଶରେ ନୂଆ ଭାରିଆଂଟରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୯୦ । ତେବେ କୋଭିଡ ଟୀକାକରଣ ପରେ କରୋନା ମହାମାରୀ ଭୟରୁ ମୁକ୍ତି ପାଇଛି ଭାରତ ।ସାରା ଦେଶବାସୀଙ୍କ ମନରୁ କରୋନାକୁ ନେଇ ଭୟ ଦୂର ହୋଇଛି ।କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କରୋନାର ବିଭିନ୍ନ ଭାରିଆଂଟ ଦେଶରେ ଚିହ୍ନଟ ହେବା ସହିତ ସଂକ୍ରମଣ ମଧ୍ୟ ବଢୁଥିବା ରେକର୍ଡ କରାଯାଉଛି ।ଏହା ମଧ୍ୟରେ କରୋନାର ପୁଣି ଦୁଇଟି ଭାରିଆଂଟ କେପି-୧ ଏବଂ କେପି-୨ ଦେଶରେ ପାଦ ଥାପିଛି ।ସିଙ୍ଗାପୁର ପରେ ଭାରତରେ ଏଂଟ୍ରି କରିଛି କରୋନାର ନୂଆ ଭାରିଆଂଟ ।ତେବେ ଏଗୁଡିକ ଜେଏନ-୧ ର ସବଭାରିଆଂଟ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।</h3> <img class="wp-image-27988 aligncenter" src="https://nnsodia.com/wp-content/uploads/2024/05/bsk18-1-300x300.jpg" alt="" width="467" height="467" /> <h3>ରିପୋର୍ଟରୁ ଜଣାପଡିଛି ଯେ କୋଭିଡର ନୂଆ ଭାରିଆଂଟ କେପି-୧ ଏବଂ କେପି-୨ ମାମଲା ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ଭୟ ଖେଳିଯାଇଛି ।କିନ୍ତୁ ଏହାକୁ ଭୟଭୀତ ନହେବା ପାଇଁ ଦିଆଯାଇଛି ପରାମର୍ଶ ।ତେବେ ଦେଶର ୭ଟି ରାଜ୍ୟରୁ ୩୪ଟି କେପି-୧ ମାମଲା ଚିହ୍ନଟ ହୋଇଥିବା ଜଣାପଡିଛି ।ଏଥିରେ ମହାରାଷ୍ଟ୍ରରୁ ସର୍ବାଧିକ ୪ ଜଣ ଚିହ୍ନଟ ହୋଇଥିବାବେଳେ ଗୁଜୁରାଟ ଏବଂ ରାଜସ୍ଥାନରୁ ୨ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି ।ଏହା ବ୍ୟତୀତ ହରିଆଣା, ଉତରାଖଣ୍ଡ ଏବଂ ଗୋଆ ଆଦି ରାଜ୍ୟରୁ ଜଣେ ଲେଖାଏ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।ସେହିପରି କେପି-୨ ଭାରିଆଂଟରେ ଦେଶରେ ମୋଟ ୨୯୦ଟି ମାମଲା ହୋଇଛି ରେକର୍ଡ ।ତାମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ୪୭ଜଣ ଆକ୍ରାନ୍ତ ରହିଛନ୍ତି । ଆଉ ଓଡିଶାରୁ ରହିଛନ୍ତି ୧୭ ଜଣ ।ପଶ୍ଚିମବଙ୍ଗରୁ ୩୬, ଗଜୁରାଟରୁ ୨୩, ରାଜସ୍ଥାନରୁ ୨୧, ଓଡିଶାରୁ ୧୭ ଏବଂ ଉତରାଖଣ୍ଡରୁ ୧୬ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାପରେ ଗୋଆରୁ ୧୨, ଉତରପ୍ରଦେଶରୁ ୮, କର୍ଣ୍ଣାଟକରୁ ୪ଜଣ ରହିଥିବାବେଳେ ମଧ୍ୟପ୍ରଦେଶ ଏବଂ ଦିଲ୍ଲୀରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।</h3>