ସିରୋଲୋଜିକାଲ୍ ସର୍ଭେ ଅନୁଯାୟୀ ଗତ ଦୁଇ ସପ୍ତାହ ମଧ୍ୟରେ ଓଡ଼ିଶାରେ ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ହାର ୧୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଯାହା ଏବେ ଓଡ଼ିଶା ପାଇଁ ଏକ ଚିନ୍ତା ଜନକ ବିଷୟ । ଏକକାଳୀନ 12 ଟି ଜିଲ୍ଲାରେ ରାଜ୍ୟ ସ୍ତରୀୟ ସର୍ଭେ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି। ଟୀକାକରଣ କାର୍ଯ୍ୟକ୍ରମର ସମ୍ପ୍ରସାରଣ ପରେ ପ୍ରଥମ ଥର ପାଇଁ ଆଇସିଏମଆର ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏହି ସର୍ଭେ କରାଯାଉଛି। ଅଗଷ୍ଟ ପର୍ଯ୍ୟନ୍ତ, ଓଡିଶାରେ ୨କୋଟି ୧୭ ଲକ୍ଷରୁ ଉର୍ଦ୍ଧ୍ବ ଟିକାକରଣ ସରିଛି । ଜଣେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, “ଶିକ୍ଷା ପ୍ରତିଷ୍ଠାନ ଖୋଲିବା ଏବଂ ଟୀକାକରଣର ଶେଷ ମାଇଲକୁ ଲକ୍ଷ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯିବା ନିହାତି ଆବଶ୍ୟକ । ଏହା ବ୍ୟତୀତ ଟୀକାକୃତ ଗୋଷ୍ଠୀ, ବିଶେଷକରି ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ଆକଳନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ତେବେ ରାଜ୍ୟରେ ଆଜି ଶୂନରୁ ୧୮ ବର୍ଷ ମଧ୍ୟରେ ଆଉ ୧୨୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଲେଣି । ଏମାନଙ୍କ ମଧ୍ୟରୁ ୪୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୫୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୦ ଜଣ, ବାଲେଶ୍ୱରରୁ ୫୧ ଜଣ, ବରଗଡ଼ରୁ ୩ ଜଣ, ଭଦ୍ରକରୁ ୧୧ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୧ ଜଣ, କଟକରୁ ୧୧୭ ଜଣ, ଦେବଗଡ଼ରୁ ୮ ଜଣ, ଢେଙ୍କାନାଳରୁ ୨୬ ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୧ ଜଣ, ଜଗତସିଂହପୁରରୁ ୧୨ ଜଣ, ଯାଜପୁରରୁ ୩୨ ଜଣ, ଝାରସୁଗୁଡ଼ାରୁ ୪ ଜଣ, କଳାହାଣ୍ଡିରୁ ୪ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୯ ଜଣ, କେଉଁଝରରୁ ୧୨ ଜଣ, ମାଲକାନଗିରିରୁ ୧ ଜଣ, ମୟୁରଭଞ୍ଜରୁ ୨୧ ଜଣ, ନବରଙ୍ଗପୁରୁ ୪ ଜଣ, ନୟାଗଡ଼ରୁ ୭ ଜଣ, ପୁରୀରୁ ୩୧ ଜଣ, ରାୟଗଡ଼ାରୁ ୧୨ ଜଣ, ସମ୍ୱଲପୁରରୁ ୧୬ ଜଣ, ସୋନପୁରରୁ ୩ ଜଣ, ସୁନ୍ଦରଗଡ଼ରୁ ୧୮ ଜଣ ଓ ଷ୍ଟେଟ ପୁଲରୁ ୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
#coronaupadate #NNSODIA