ସ୍କୁଲ ପିଲାଙ୍କୁ କରୋନା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଆଗରୁ ପିଲାଙ୍କୁ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଥିଲା କିନ୍ତୁ ଏବେ ସଂକ୍ରମଣ ବଢିବାରେ ଲାଗିଛି । କିନ୍ତୁ କେତେ ଜଣଙ୍କ ପାଖରେ ସାମାନ୍ୟ ଲକ୍ଷଣ ଅଛି ତ ଆଉ କେତେ ଜଣ ଗୁରୁତର ହେଉଛନ୍ତି ସେସବୁ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ପିଲାଙ୍କୁ ସଂକ୍ରମଣରୁ ରୋକିବା ପାଇଁ ସର୍ଭିଲାନ୍ସକୁ କଡାକଡି କରାଯିବା ସହିତ ଯେଉଁଠି କୋଭିଡ କଟକଣାକୁ ଅଣଦେଖା କରାଯାଉଛି ସେହି ସ୍କୁଲଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ଯଦି କାହା ପାଖରେ ଲକ୍ଷଣ ଦେଖାଯାଏ ତେବେ ସେମାନେ ସ୍କୁଲ ନଆସିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ ଏ ବିଷୟରେ ସୂଚନା ଦେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ ପିଲାମାନେ କିପରି କରୋନା ସଂକ୍ରମିତ ନହେବେ ସେଥିପ୍ରତି ଅଭିଭାବକ ମାନଙ୍କୁ ହିଁ ତାର ପ୍ରାଥମିକ ଦାୟିତ୍ୱ ନେବାକୁ ପଡିବ । ଏଥି ସହିତ ପିଲାଙ୍କୁ ଥଣ୍ଡା ଜ୍ୱର ଥିଲେ ସ୍କୁଲ କର୍ତୃପକ୍ଷଙ୍କୁ ଅଭିଭାବକ ଅବଗତ କରାନ୍ତୁ ଏପରିକି ଦରକାର ପଡିଲେ, କରୋନା ସଂକ୍ରମଣକୁ ଦୃଷ୍ଟି ରେ ରଖି ସ୍କୁଲ ବନ୍ଦ କରାଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
#covid19 #NNSODIA