ରୋଷେଇ ଘରେ ମହଙ୍ଗା ମାଡ଼ | ପୁଣି ସାଧାରଣ ଲୋକଙ୍କୁ ଝଟକା | ବଢ଼ିଲା ଘରୋଇ ଗ୍ୟାସ୍ ଦର | ଘରୋଇ ସିଲିଣ୍ଡର ପିଛା ବଢିଛି ୫୦ ଟଙ୍କା | ଆଜିଠାରୁ ହିଁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଏବେ ଘରୋଇ ଗ୍ୟାସ୍ କିଣିବାକୁ ହେଲେ ୯୯୯. ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ସିଲିଣ୍ଡର ପିଛା ୫୦ ଟଙ୍କା ବଢିଥିଲା ।
ଘରୋଇ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହେବା ପରେ ଭୁବନେଶ୍ବରରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ଦେବାକୁ ପଡ଼ିବ ୧୦୨୬ ଟଙ୍କା । ଗ୍ୟାସ୍ ପୁଣି ବଢ଼ିଥିବା ଯୋଗୁଁ ଖାଉଟିଙ୍କ ମଧ୍ୟରେ ନାହଁନଥିବା ଅସନ୍ତୋଷ ଦେଖାଇଛି। ପକେଟ୍ ଉପରେ ଅଧିକ ବୋଝ ପଡିବା ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଚଳିତ ମାସ ପହିଲାରେ ତୈଳ କମ୍ପାନୀ ଗୁଡିକ ଏଲପିଜି ଗ୍ୟାସ ଦରରେ ୧୦୨.୫୦ ଟଙ୍କା ବୃଦ୍ଧି କରିଥିଲେ । ଏହା ୧୯ କେ.ଜି କମର୍ସିଆଲ ସିଲିଣ୍ଡର ଦର ବଢିଥିଲା । ଫଳରେ କମର୍ସିଆଲ ସିଲିଣ୍ଡର ପିଛା ଦର ଦିଲ୍ଲୀରେ ୨୩୫୫.୫୦ଟଙ୍କାରେ ପହଞ୍ଚିଥିବାବେଳେ ଆଉ କିଛି ସ୍ଥାନରେ ଏହା ୨୫ଶହ ଟଙ୍କାକୁ ଛୁଇଁଛି । ସେହିପରି ୫୬ଲିଟର ଏଲପିଜି ସିଲିଣ୍ଡରର ଦର ୬୫୫ ଟଙ୍କାରେ ପହଞ୍ଚିଛି ।