ଭାରତ ରେ ମାନ୍ୟବର ରାଷ୍ଟ୍ରପତି ଙ୍କ ଅନୁମୋଦନ କ୍ରମେ ୨୩ ଅଗଷ୍ଟ ୨୦୦୬ ମସିହା ଅଗଷ୍ଟ ମାସ ୨୩ ତାରିଖ ଦିନ ଖାଦ୍ୟ ନିରାପତ୍ତା ଏବଂ ମାନକ ଅଧିନିୟମ ୨୦୦୬ ( the food safety and standard act, 2006 )ଲାଗୁ ହୋଇଥିଲା, ଯାହା ଓଡିଶା ରେ ୨୦୧୪ ମସିହା ଫ୍ରେବୁଆରି ମାସ ୧୮ ତାରିଖ ରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଛି । ଏହି ଅଧିନୟମ ଅନୁସାରେ ପ୍ରତ୍ୟେକ ଖାଦ୍ୟ ସାମଗ୍ରୀର ମାନ ,ଅପମିଶ୍ରିତ ଖାଦ୍ୟ ତଥା ଖାଦ୍ୟ ପ୍ରସ୍ତୁତି ସ୍ଥାନ ର ପରିଷ୍କାର ପରିଛନ୍ନତା ଯାଞ୍ଚ କରିବା ଆଦି କାର୍ଯ୍ୟ କରାଯାଇଏ । ଏହା ପାଇଁ ଜିଲ୍ଲା ସ୍ତରରେ ମଧ୍ୟ ଏକ ଖାଦ୍ୟ ନିରାପତ୍ତା ବିଭାଗ ଥାଏ । ବର୍ତ୍ତମାନ ର ବର୍ଷା ଋତୁ ଓ କୋଭିଡ ସଂକ୍ରମଣ କାଳ ରେ ବଜାର ରେ ବିକ୍ରି ହେଉଥିବା ବାରମାସୀ ପାଳ ଛତୁ ଉପରେ ଯାଞ୍ଚ ହେବାରେ ବ୍ୟତିକ୍ରମ ଦେଖାଯାଇଛି। ଆମେ କାହିଁକି ଏ କଥା କହୁଛୁ ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ। ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଉଁଶ ପୋଖରୀ ପଣସପାଳ ଜଳ ପ୍ରକଳ୍ପ ର ଦୃଶ୍ୟ, ଏ ଦୃଶ୍ୟରେ ଦେଖା ଯାଉଥିବା କୁଚକ୍ରୀ ଟଙ୍କା ଲୋଭୀ ଛତୁ ବ୍ୟବସାୟୀ ଜଣକ ଛତୁର ଓଜନ ବଢ଼ାଇ ଅଧିକ ଟଙ୍କା ରୋଜଗାର ଉଦ୍ଦେଶ୍ୟ ରେ ପଶୁ ଗାଧୋଉଥିବା କାଦୁଅମିଶା ଗୋଳିଆ ପାଣି ରେ ଅଧିକ ରୁ ଅଧିକ ସମୟ ବୁଡାଇ ରଖୁଛନ୍ତି ଓ ସେହି ଛତୁ କୁ ତାଜା ଛତୁ ନାଆଁରେ ଟଙ୍କା ଲୋଭୀ ଛତୁ ବ୍ୟବସାୟୀ ମାନେ ଛତୁ ର ଓଜନ ବଢ଼ାଇ ,ବିଭିନ୍ନ ଢ଼ାବା, ହୋଟେଲ ଓ ସର୍ବସାଧାରଣ ଙ୍କୁ ବିକ୍ରି କରି ଚୂନ ଲଗାଉଛନ୍ତି। ତ ଏଠି ପ୍ରଶ୍ନ ଉଠୁଛି ଯେତେବେଳେ ରାଜ୍ୟସରକାର ଖାଦ୍ୟ ନିରପତ୍ତା ଓ ଖାଦ୍ୟ ସୁରକ୍ଷା କରାଯିବା ନିମନ୍ତେ ଜିଲ୍ଲାସ୍ତର ରେ ଏକ ଖାଦ୍ୟ ନିରାପତ୍ତା ବିଭାଗ ର ନିୟୋଜିତ କରିଛନ୍ତି ସେତେବେଳେ ବିନା କୌଣସି ଯାଞ୍ଚ ରେ ବେଶ ଲୋକପ୍ରିୟତା ପାଇଥିବା ପାଳ ଛତୁ କିପରି ବିକ୍ରି କରାଯାଉଛି l ଏ ବିଷୟରେ ଆମ ପ୍ରତିନିଧି ଜିଲ୍ଲା ଖାଦ୍ୟ ସୁରକ୍ଷା ନିରାପତ୍ତା ବିଭାଗ ର ଅଧିକାରୀ ଙ୍କୁ ପଚାରିବାରୁ ସେ କୁହନ୍ତି…ଯେ ବର୍ତ୍ତମାନ ଯେଉଁ ବ୍ୟବସାୟୀ ମାନେ ଛତୁକୁ ଦୂଷିତ ପାଣିରେ ବୁଡାଇ ତାହାର ବ୍ୟପାର କରୁଛନ୍ତି ତାହା ଭୁଲ କାର୍ଯ୍ୟ,ଏଥି ପ୍ରତି କଡା କାର୍ଯ୍ୟ ନୁଷ୍ଠାନ ଗ୍ରହଣ କାରାଯିବ, ଏବଂ ଏ ବିଷୟ ଜାଣି ଆମେ ସମସ୍ତ ଛତୁ ବ୍ୟବସାୟୀ ମାନଙ୍କୁ ଏଥି ପ୍ରତି ସୂଚନା ଦେଇ ସତର୍କ କରାଇଛୁ ,ଓ ପରବର୍ତ୍ତୀ ସମୟ ରେ ଯଦି ଏଭଳି ଦୃଶ୍ୟ ଦେଖିବାକୁ ମିଳେ ତାହେଲେ ଆମେ ତୁରନ୍ତ କଡା କାର୍ଯ୍ୟନୁଷ୍ଠାନ ନବୁ।
#HINDOL contaminated #Mushroom #NNSODIA