ଆଜି ତେଲେଙ୍ଗାନାରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଭୋଟିଂ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦାବି କରିଛନ୍ତି ଯେ, କଂଗ୍ରେସ ୪ ରାଜ୍ୟରେ ନିର୍ବାଚନ ଜିତିବାକୁ ଯାଉଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି ଯେ ମୋର ବିଶ୍ୱାସ କି ଆମେ ସମସ୍ତ ୪ଟି ରାଜ୍ୟରେ ନିର୍ବାଚନ ଜିତିବା ପାଇଁ ଯାଉଛୁ । ଆମେ ତେଲେଙ୍ଗାନା, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜୟ ଲାଭ କରିବୁ । ସେ ଆହୁରି କହିଛନ୍ତି, ଆମେ ମିଜୋରାମରେ ମଧ୍ୟ ଚେଷ୍ଟା ଜାରି ରଖିବୁ ।
ଗତ ବିଧାନସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ବିଆରଏସ ୮୮ଟି ଆସନ, କଂଗ୍ରେସ ୧୯ଏବଂ ବିଜେପି ୧ଟି ଆସନ ଜିତିଥିଲା। ଏଭଳି ପରିସ୍ଥିତିରେ ବିଆରଏସ ରାଜ୍ୟରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି। ରାଜ୍ୟ ଗଠନ ପରଠାରୁ ବିଆରଏସ କ୍ରମାଗତ ଭାବରେ କ୍ଷମତାରେ ରହିଆସୁଛି। ଏଭଳି ପରିସ୍ଥିତିରେ କଂଗ୍ରେସ ସତା ହାତେବା ସହଜ ନୁହେଁ ।
ବିଆରଏସ ଏହି ନିର୍ବାଚନରେ ଯଦି ହାରିଯାଏ ତେବେ ଦଳର ଜିତିବା ସମସ୍ୟା ଆରୁରି ବଢିଯିବାର ଆଶଙ୍କା ରହିଛି । ସେହିପରି ବିଜେପି ବିଷୟରେ କିହିବା ପାଇଁ ଗଲେ ଏଠାରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ନେତୃତ୍ୱ ନେଇଥିଲେ ଏବଂ ବିଶାଳ ସମାବେଶ କରିଥିଲେ। ଏଭଳି ପରିସ୍ଥିତିରେ ବିଜେପି ମଧ୍ୟ ଏହି ନିର୍ବାଚନରେ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିଛି ।
ତେଲେଙ୍ଗାନାରେ ଭୋଟିଂ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ା କଡି କରାଯାଇଛି । ଭୋଟ୍ ପୂର୍ବରୁ ନିର୍ବାଚନ ଆୟୋଗ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ବାସ୍ତବରେ ଏହି ପୋଲିସ କର୍ମଚାରୀମାନେ ଟଙ୍କା ବଣ୍ଟନ ସତ୍ତ୍ୱେ ବିଆରଏସ ବିଧାୟକଙ୍କ ପୁଅକୁ ଗିରଫ କରିନଥିଲେ। ତାଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ ଆଦେଶ ପାଳନ ନକରିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି।