ଯାଜପୁର(ଏନଏନଏସ୍): ଯାଜପୁର ଜିଲ୍ଲା ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ । ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ତଥା ସମ୍ବିଧାନ ବଂଚାଅ ଦାବିରେ ଯାଜପୁର ଜିଲ୍ଲା ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ , ଶରତ ରାଉତ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ଯୋଗ ଦେଇଥିଲେ । ତେବେ ସେମାନେ କଂଗ୍ରେସ ଦଳ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ବିଜେପି ରୀତିମତ ଷଡଯନ୍ତ୍ର କରୁଛି ବୋଲି ଅଭିଯୋଗ କରିଥିଲେ ।
କିଆନାଳି ଛକ ଠାରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ଏହି ଜୟ ଭାରତ ସତ୍ୟାଗ୍ରହରେ ଜିଲ୍ଲାର ସମସ୍ତ ବ୍ଳକରୁ କଂଗ୍ରେସ ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ ।