କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା । ୫ ତାରିଖରେ ରାହୁଲ ଗାନ୍ଧୀଙ୍କ ସହ ହେବ ଆଲୋଚନା । ପିସିସିର ନୂଆ ସଭାପତି ଘୋଷଣା ନେଇ ହେବ ଚର୍ଚ୍ଚା | ଦଳୀୟ ସଂଗଠନ ଉପରେ କରାଯିବ ତର୍ଜମା | ଓଡ଼ିଶା କଂଗ୍ରେସରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ କିପରି କରାଯିବ ଦୂର ସେନେଇ ହେବ ଆଲୋଚନା । ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।
ଗତ ସପ୍ତାହରେ ଓଡିଶା ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଆସି ସଙ୍ଗଠନ ସମ୍ପର୍କରେ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ । ତଥାପି ଦଳୀୟ ଅସନ୍ତୋଷ ପଦାରେ ପଡିଥିଲା । ଆଉ ଏବେ ସବୁ ବିଧାୟକଙ୍କୁ ଦିଲ୍ଲୀ ଡାକରା ହୋଇଛି । ୨୦୧୯ରୁ ବର୍ତ୍ତମାନର ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତ୍ରଫା ଦେଇସାରିଲେଣି । ଏହାପରେ ପିସିସି ସଭାପତି ପରବର୍ତ୍ତନ ପାଇଁ ଅନେକ ଥର ଦାବି ଉଠିଲାଣି । ତେବେ ରାହୁଲ ଗାନ୍ଧିଙ୍କ ସହ ବିଧାୟକଙ୍କ ଆଲୋଚନା ପରେ ନୂଆ ସଭାପତି ନେଇ ଘୋଷଣା ହୋଇପାରେ ବୋଲି ଆଲୋଚନା ହେଉଛି ।