ପ୍ରଦେଶ ଛାତ୍ର କଂଗ୍ରେସ ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ୭୫ ଟଙ୍କା ଦରରେ ସ୍ଥାନୀୟ ନାଉଗାଁ ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ପେଟ୍ରୋଲ ବିକ୍ରି କରିଥିଲେ..କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପ୍ରିୟା ପ୍ରୀତି ସମ୍ପର୍କର ଚକ୍ରବ୍ୟୁହ ରେ ଛନ୍ଦି ହୋଇଥିବା ଓଡ଼ିଶାର ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଏ ଅଭିନବ ପ୍ରୟାସ କରି ଜନତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ..ଆଗାମୀ ଦିନରେ ପେଟ୍ରୋଲ,ଡିଜେଲ,ଖାଦ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ନ କରାଗଲେ ଛାତ୍ର କଂଗ୍ରେସ ତରଫରୁ ରାଜ୍ୟ ବ୍ୟାପି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି.. ଉପସଭାପତି କୁମାର ପ୍ରିତମ ପରିଜାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଛାତ୍ର ଏବଂ ଯୁବ କଂଗ୍ରେସ ଦଳର ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ରଶ୍ମି ରଂଜନ ତ୍ରିପାଠୀ ,ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସ୍ମୃତି ରଂଜନ ଜେନା,ବ୍ଲକ କଂଗ୍ରେସ ସଭାପତି ନିରଞ୍ଜନ ବେହୁରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା, ଛାତ୍ର ନେତା ଅତିଶ ସ୍ୱାଇଁ,ଯୁବ ନେତା ମନୋଜ ଦାଶ, ପ୍ରସାର ବିଶ୍ଵାଳ, ଆକାଶ ବିଶ୍ଵାଳ, ରାଜେଶ ପୁହାଣ, ଅମନ୍ଦିପ ରାଉତ,ବିକାଶ ନାୟକ,ବିଶ୍ୱଜିତ୍ ପରିଡ଼ା,ଅଭିଷେକ ପରିଡ଼ା,ଦେବସ୍ନାନ ସ୍ୱାଇଁ,କ୍ଷେତ୍ରବାସୀ ସାମଲ,ସଞ୍ଜୟ ସ୍ୱାଇଁ, ଟିଟନ ଦାସ,ଆଶିଷ ଦାସ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
#CONGRESS #NNSODIA