ଅନେକ ଆଶାର ଲହର ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ଚତୁର୍ଥ ବଜେଟ୍ ଉପସ୍ଥାପନ କରିଛନ୍ତି। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ବଜେଟ୍ ପେପରଲେସ୍ ରହିଛି । ଲାଲ୍ରଙ୍ଗର ବଜେଟ୍ ଟ୍ୟାବଲେଟ୍ ସହ ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରୁଛନ୍ତି । ମହାମାରୀ ସତ୍ୱେ ଚଳିତବର୍ଷ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର 9.2 ପ୍ରତିଶତ ରହିଛି । କରୋନା ମୁକାବିଲାରେ ଦେଶ ଉଲ୍ଲେଖନୀୟ କାର୍ଯ୍ୟ କରିଛି । ସବକା ସାଥ୍ ସହ ଦେଶ ଆଗକୁ ବଢୁଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଆଗାମୀ ୨୫ ବର୍ଷକୁ ଲକ୍ଷ୍ୟ ରଖି ବଜେଟ ପ୍ରସ୍ତୁତ କରାଯାଇଛି । ୬୦ ଲକ୍ଷ ନୂଆ ଚାକିରି ଦିଆଯିବ । ୩୦ ଲକ୍ଷ ଅତିରିକ୍ତ ନିଯୁକ୍ତି ଆମର ଲକ୍ଷ୍ୟ ରଖାଯାଇଛି । ଏଲଆଇସିର ଆଇପିଓ ଖୁବ ଶୀଘ୍ର ଆସିବ । ଆଗାମୀ ୧୦୦ବର୍ଷ ପାଇଁ ଭିତ୍ତିଭୂମି ବିକାଶ କରାଯିବ । ପ୍ରଦୂଷଣମୁକ୍ତ ଇନ୍ଧନକୁ ପ୍ରଥାମିକତା ଦିଆଯିବ । ଆଇଟି ଓ ପ୍ରାଇଭେଟ୍ ସେକ୍ଟରକୁ ପ୍ରୋତ୍ସାହିତ କରାଯିବ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ |
– ବଜେଟରେ କୃଷକ ଏବଂ ଛାତ୍ରମାନଙ୍କ ବିଷୟରେ ଅନେକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ। ଆତ୍ମନିର୍ଭରଶୀଳ ଭାରତରେ ୧୬ ଲକ୍ଷ ଯୁବକଙ୍କୁ ଚାକିରି ଦିଆଯିବ । ଯାହା ସବୁଠାରୁ ଏକ ବଡ ନିଷ୍ପତ୍ତି ରହିବ।
– ଡିବିଟି ଜରିଆରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପହଞ୍ଚାଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି, ତ୍ୱରିତ ଟିକାକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଆତ୍ମନିର୍ଭର ଭାରତ ଜରିଆରେ 60 ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି ।
-ଇ-ପାସପୋର୍ଟକୁ ନେଇ ବଡ ଘୋଷଣା କରିଛନ୍ତି ସୀତାରମଣ । ସେ କହିଛନ୍ତି କି ୨୦୨୨-୨୩ ସୁଦ୍ଧା ଇ-ପାସପୋର୍ଟ ଜାରି କରାଯିବ । ଏହି ପାସପୋର୍ଟ ନାଗରିକଙ୍କ ବାୟୋମେଟ୍ରିକ ଡାଟାର ସୁରକ୍ଷାକୁ ସୁନିଶ୍ଚିତ କରିବ ।
– ଆୟକର ନିୟମ ଉପରେ ନିର୍ମଳା ସୀତାରମଣ କହିଛନ୍ତି ଯେ ଆୟକର ନିୟମରେ ପ୍ରମୁଖ ସଂସ୍କାର କରାଯିବ। ଟିକସଦାତା ଅପଡେଟ୍ ରିଟର୍ଣ୍ଣ ଦାଖଲ କରିବାର ସୁଯୋଗ ପାଇବେ। ତେବେ ମଧ୍ୟବିତ୍ତଙ୍କୁ ନିରାଶ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆୟକର ମୌଳିକ ଛାଡ ଉପରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା କୌଣସି ପରିବର୍ତ୍ତନ କରାଯାଇ ନାହିଁ।
– ଷ୍ଟାର୍ଟଅପ୍ ପାଇଁ ଟିକସ ଛାଡ ମାର୍ଚ୍ଚ 31, 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା |
– ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି କି ଆଗାମୀ ୩ ବର୍ଷ ମଧ୍ୟରେ ଦେଶରେ ୪୦୦ ଟି ‘ବନ୍ଦେ ଭାରତ’ ଟ୍ରେନ ଚଳାଚଳ ଆରମ୍ଭ ହେବ । ରେଳ ବିଭାଗ ତରଫରୁ କ୍ଷୁଦ୍ରଚାଷୀ ଓ ଉଦ୍ୟୋଗପତିମାନଙ୍କ ପାଇଁ ଶସ୍ତା ପରିବହନ ବ୍ୟବସ୍ଥାର ବିକାଶ କରାଯିବ । -ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ । ପ୍ରତିରକ୍ଷା କ୍ଷେତ୍ରରେ ଧାର୍ଯ୍ୟ ହୋଇଥିବା ମୂଳ ବଜେଟରୁ ୬୮ ପ୍ରତିଶତ ଘରୋଇ ବଜାରରୁ କ୍ରୟ ପାଇଁ ଖର୍ଚ୍ଚ କରାଯିବ । ଦେଶର ସୁରକ୍ଷା ପାଇଁ ବାହାର ଦେଶରୁ ଅସ୍ତ୍ରଶସ୍ତ୍ର କିଣାଯାଉଥିଲା । ଅନ୍ୟ ଦେଶ ଉପରେ ଭାରତ ନିର୍ଭରଶୀଳ ହୋଇ ରହୁଥିଲା, କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଆସିବ । ଚଳିତ ବର୍ଷ ସ୍ଥିର କରାଯାଇଥିବା ମୂଳ ବଜେଟରୁ ୬୮ ପ୍ରତିଶତ ଘରୋଇ ବଜାରରେ ଅସ୍ତ୍ରଶସ୍ତ୍ର ପାଇଁ ଖର୍ଚ୍ଚ କରାଯିବା ପାଇଁ ନିସ୍ପତ୍ତି କରାଯାଇଛି ।
-ଦେଶରେ ଥିବା ପୋଷ୍ଟ ଅଫିସଗୁଡିକୁ କୋର ବ୍ୟାଙ୍କିଙ୍ଗ ସିଷ୍ଟମ ପର୍ଯ୍ୟାୟ ଭୂକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଅର୍ଥମନ୍ତ୍ରୀ କହିଛନ୍ତି କି ଏବେ ଡାକଘରେ ରହିବ ଏଟିଏମ୍ ମେସିନ । ଏହାସହ ୨୦୨୨ ଶେଷ ସୁଦ୍ଧା ଦେଶର ୧.୫ ଲକ୍ଷ ଡାକଘରକୁ କୋର ବ୍ୟାଙ୍କିଙ୍ଗ ସିଷ୍ଟମ ସହ ଯୋଡା ଯିବ ।
– ବଜେଟ୍ ୨୦୨୨-୨୩ରେ କୃଷି ନେଇ ବଡ ଘୋଷଣା । କେମିକାଲ ମୁକ୍ତ କୃଷିକୁ ପ୍ରୋତ୍ସାହନ ଦିଆଯିବ । ଏମଏସପି ଦ୍ୱାରା ଚାଷୀଙ୍କ ଠାରୁ ରେକର୍ଡ କ୍ରୟ କରାଯିବ । ଚାଷୀଙ୍କୁ ଡିଜିଟାଲ ସେବାର ସୁବିଧା ମିଳିବ । ଜୈବିକ ଉପାୟରେ ଚାଷକୁ ପ୍ରୋତ୍ସାହନ ଦିଆଯିବ । ସେହିପରି ୫ଟି ନଦୀର ସଂ ଯୋଗୀକରଣ କରାଯିବ ।
– କରଦାତାମାନଙ୍କ ପାଇଁ ଖୁସି ଖବର | ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ପରେ, ବର୍ତ୍ତମାନ ଆପଣ ଜୋରିମାନା ଦେଇ 2 ବର୍ଷ ପାଇଁ IT ରିଟର୍ନ ଅପଡେଟ୍ କରିବାକୁ ସମର୍ଥ ହେବେ | ଅନେକ ଥର ଟିକସଦାତା ଭୁଲ୍ କରନ୍ତି, ବର୍ତ୍ତମାନ ସରକାର ଏହାକୁ ଅପଡେଟ କରିବାର ସୁଯୋଗ ଦେବେ |
-ଭିନ୍ନକ୍ଷମଙ୍କ ପାଇଁ ଟିକସ ଛାଡ କରିବାକୁ ଅର୍ଥମନ୍ତ୍ରୀ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।
– ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଡିଜିଟାଲ୍ ମୁଦ୍ରା ପ୍ରଚଳନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ନୂଆ ଆର୍ଥିକ ବର୍ଷରେ ଡିଜିଟାଲ ମୁଦ୍ରା ଆସିବ ବୋଲି ସେ କହିଛନ୍ତି।
-କେନ୍ଦ୍ର ସହିତ ରାଜ୍ୟ କର୍ମଚାରୀଙ୍କ ପାଇଁ NPS ଛାଡ | ଭର୍ଚୁଆଲ୍ ଡିଜିଟାଲ୍ ସମ୍ପତ୍ତି ସ୍ଥାନାନ୍ତର ଉପରେ 30% ଟ୍ୟାକ୍ସ | ଗିଫ୍ଟ କ୍ରିପ୍ଟୋ ଉପରେ ମଧ୍ୟ ଟ୍ୟାକ୍ସ ଲାଗୁ ହେବ | କ୍ରିପ୍ଟୋ ସ୍ଥାନାନ୍ତର ଉପରେ ଟ୍ୟାକ୍ସ ଲାଗିବ | 15% ରେ କ୍ୟାପ୍ ହେବାକୁ LTCG ରେ ସରଚାର୍ଜ କରିବାକୁ ନିଷ୍ପତି ନିଆଯାଇଛି |