ଭୁବନେଶ୍ୱର(ଏନଏନଏସ୍): ଦେଶରେ କମିଲା କମର୍ସିଆଲ ଗ୍ୟାସ ଦର । ଗତ ମେ’ରେ ୧୭୨ ଟଙ୍କା ଶସ୍ତା ହୋଇଥିଲା । ଦିଲ୍ଲୀରେ କମର୍ସିଆଲ ଗ୍ୟାସର ଦର ୮୩.୫ ଟଙ୍କା ହ୍ରାସ ପାଇଛି । ଯାହାଦ୍ୱାରା ବର୍ତ୍ତମାନ ନୂତନ ମୂଲ୍ୟ ୧୭୭୩ ଟଙ୍କା ହୋଇଛି । ଗତ ମାସରେ ଗ୍ୟାସ ମୂଲ୍ୟ ସିଲିଣ୍ଡର ପିଛା ୧୮୫୬.୫୦ ଟଙ୍କା ଥିଲା। ଏଥି ସହିତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ରହିଛି ।
ତେବେ ଗତ କିଛି ମାସ ଧରି ଘରୋଇ ଏଲପିଜି ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ମାର୍ଚ୍ଚ ମାସରେ ଏଥିରେ ପରିବର୍ତ୍ତନ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।