ଆସନ୍ତା ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ । ଦୀର୍ଘ ସମୟ ପରେ କଲେଜ ଯାଇ ପାଠପଢି ପାରିବେ ଛାତ୍ରଛାତ୍ରୀ । ପିଜି ପ୍ରଥମ ବର୍ଷ ଓ ୟୁଜିର ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଠପଢା ହେବ । ସୂଚନା ଅନୁଯାୟୀ, କରୋନା ମହାମାରୀ ଯୋଗୁଁ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଏବେ କିନ୍ତୁ କୋଭିଡ ଗାଇଡ଼ଲାଇନ ସହିତ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଉଚ୍ଚଶିକ୍ଷା ବିଭାଗ । ତେବେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଅନଲାଇନ ପରୀକ୍ଷା ଚାଲୁଥିବାରୁ ସେମାନଙ୍କ ବ୍ୟତୀତ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କର ଅଫଲାଇନ ପାଠପଢ଼ା ଆରମ୍ଭ କରାଯିବ । ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ଏହି ପରୀକ୍ଷା ଶେଷ ହେବ । । ଏଥି ସହିତ ହଷ୍ଟେଲ ଖୋଲିବା ନେଇ ମଧ୍ୟ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । କୋଭିଡ୍ ମୁକାବିଲା ପାଇଁ କ୍ୟାମ୍ପସରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ବିଶ୍ବବିଦ୍ୟାଳୟ ମାନଙ୍କର କୁଳପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
#education #NNSODIA