ଚାଷୀମାନେ ହେବେ ଉପକୃତ | ବ୍ୟବସାୟ ପରେ ବଳକା ରହିଯାଉଥିବା ପନିପରିବା ଆଉ ହେବନି ନଷ୍ଟ | ଚାଷୀଙ୍କ ସୁବିଧା ପାଇଁ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରଶାସନର ସହଯୋଗରର ଖୋଲିଛି ଶୀତଳଭଣ୍ଡାର | ଜିଲ୍ଲାରେ ପ୍ରଥମ ଥର ପାଇଁ ବାମ ଗାଁରେ ନିର୍ମିତ ୮ ଟନ କ୍ଷମତା ବିଶିଷ୍ଟ ଏକ ଶୀତଳ ଭଣ୍ଡାର କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ | ଶୀତଳ ଭଣ୍ଡାର ଜରିଆରେ ଆଖପାଖ ୧୦ଟି ପଂଚାୟତର ହଜାର ହଜାର ସଂଖ୍ୟକ ଚାଷୀ ଉପକୃତ ହୋଇପାରିବେ | ଆଗାମୀ ଦିନରେ ଏହି ଅଞ୍ଚଳରେ କୃଷକ ଓ କୃଷିର ବିକାଶ ହେବ ବୋଲି ବୋଲି କହିଥିଲେ ଜିଲ୍ଲପାଳ |
ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଲୋକଙ୍କ ପ୍ରଧାନ ଜୀବିକା ହେଲା ଚାଷ | ଅଞ୍ଚଳରେ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ନିଜର ବଳକା ଫସଲକୁ ସଂରକ୍ଷିତ କରି ରଖିପାରୁ ରଥିବାରୁ ନଷ୍ଟ ହେଉଥିଲା | ଏପରିକି ସେମାନେ ଉଚିତ ବଜାର ସୃଷ୍ଟି କରିବାରେ ମଧ୍ୟ ବିଫଳ ହେଉଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ , ନାବାର୍ଡର ଡ଼ିଡ଼ିଏମ ଜ୍ଞାନେନ୍ଦ୍ର ରାଉତ , ଜିଲ୍ଲା ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ଗୀତାଶ୍ରୀ ପାଢ଼ୀ , ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫୁଲ କୁମାର ପରିହାରୀ, କଙ୍କଡାହାଡ଼ ବିଡ଼ିଓ ବୁଲବୁଲ ବେହେରା, କଙ୍କଡ଼ାହାଡ଼ ତହସିଲଦାର ରମେଶ ଚନ୍ଦ୍ର ଜେନା, କାମାକ୍ଷାନଗର ଅତିରିକ୍ତ କୃଷି ଉଦ୍ୟାନ ନିର୍ଦ୍ଦେଶକ କୁଶ କୁମାର ଅଗ୍ରୱାଲ , ଜିଲ୍ଲା ପରିଷଦ ରୀନା ହେସା ପ୍ରମୁଖ ଉପସ୍ଥିତ ଥିଲେ । । ଅଞ୍ଚଳବାସୀ ଆଦିବାସୀ ନୃତ୍ୟର ତାଳେ ତାଳେ ମୁଖ୍ୟ ଓ ସମ୍ମାନିତ ଅତିଥି ମାନଙ୍କୁ ପାଛୋଟି ନେଇଥିଲେ ।