ଏନଏନଏସ୍: ନିଜକୁ ଗୁଳି କଲେ ଡିଆଇଜି । ତାମିଲନାଡୁର କୋଇମ୍ବାଟୋର ରେଞ୍ଜ ଡିଆଇଜି ବିଜୟକୁମାର ନିଜକୁ ଗୁଳି କରି ହତ୍ୟା କରିଛନ୍ତି । ସୂଚନାଯୋଗ୍ୟ ଆଜି ସକାଳେ ନିଜ କ୍ୟାମ୍ପ ଅଫିସରେ ନିଜ ମୁଣ୍ଡକୁ ଗୁଳି ମାରିଛନ୍ତି ଡିଆଇଜି। ବିଜୟକୁମାର ଆଜି ସକାଳୁ ଉଠିବା ପରେ ପ୍ରାତ ଭ୍ରମଣରେ ଯାଇଥିଲେ। ପରେ ସକାଳ ୬ ଟା ୪୫ ମିନିଟ୍ ସମୟରେ ଅଫିସକୁ ଆସି ପିଏସଓଙ୍କୁ ତାଙ୍କ ବନ୍ଧୁକ ଆଣିବାକୁ କହିଥିଲେ ।
ପିଏସଓ ବନ୍ଧୁକ ଦେଇ ଯିବା ପରେ ପ୍ରାୟ ୬ଟା ୫୦ ମିନିଟ୍ ସମୟରେ ସେ ନିଜକୁ ଗୁଳି କରିଥିଲେ। ପରେ ଅଫିସରେ ଥିବା ଅନ୍ୟ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । କିଛି ସପ୍ତାହ ହେବ ସେ ଭଲଭାବେ ଶୋଇପାରୁନଥିବା ନେଇ ତାଙ୍କ ସହକର୍ମୀଙ୍କୁ କହୁଥିଲେ । ବିଜୟକୁମାର ଡିପ୍ରେସନ ତଥା ମାନସିକ ଚାପରେ ରହୁଥିବା ନେଇ ସହକର୍ମୀଙ୍କୁ କହୁଥିଲେ । କିନ୍ତୁ କ’ଣ ପାଇଁ ହଠାତ୍ ସେ ଏଭଳି ପଦକ୍ଷେପ ନେଇ ଆତ୍ମହତ୍ୟା କଲେ ସେନେଇ ସ୍ପଷ୍ଟ ସୂଚନା ମଳିପାରିନାହିଁ ।