ଏନଏନଏସ୍: ସିଏନଜି ଗ୍ୟାସ୍ ବୋଝେଇ ଗାଡ଼ି ଲିକ୍ । ଖବର ଅନୁଯାୟୀ ପୁରୀ ଭୁବନେଶ୍ଵର ରାସ୍ତାର ମାଳତୀପାଟପୁର ନିକଟରେ ସିଏନଜି ଗ୍ୟାସ୍ ବୋଝେଇ ଗାଡ଼ି ଲିକ୍ ହୋଇଥିବା ଜଣାପଡ଼ିଛି। ଏନେଇ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ଦ୍ୱାରା ପାଣି ସ୍ପ୍ରେ କରାଯାଇଛି ।
ପ୍ରତିଦିନ ପରି ଆଜି ସିଏନଜି ଷ୍ଟେସନରେ ଫିଲିଂ ପାଇଁ ଗାଡ଼ି ଆସୁଥିବାବେଳେ ହଠାତ୍ ମାଳତୀପାଟପୁରରେ ଲିକ୍ ହୋଇଥିଲା । ୩ଟି ସିଲିଣ୍ଡର ଲିକ୍ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ଅନ୍ୟପଟେ ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗର ଦମକଳ ଗାଡ଼ି ଘଟଣାସ୍ଥଳରେ ପହଂଚି ପାଣି ସ୍ପ୍ରେ କରିଥିଲେ।