ଭୋଟ ଦେଲେ ମୁଖ୍ୟମନ୍ତ୍ରୀ। ଗଣତନ୍ତ୍ରର ମହାନପର୍ବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳୁ କଡା ସୁରକ୍ଷାରେ ନବୀନ ନିବାସରୁ ଚାଲି ଚାଲି ଆସି ୫୩ ନମ୍ବର ୱାର୍ଡର ପଳାସପଲ୍ଲୀ ବୁଥରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି | ଭୋଟ ଦେଇ କେନ୍ଦ୍ରରୁ ବାହାରିବା ପରେ ନବୀନ କ୍ୟାମେରାକୁ ଦେଖାଇଲେ ଆଙ୍ଗୁଠିରେ ଲାଗିଥିବା କାଳି ଚିହ୍ନ । ଏହା ପରେ ପୁଣି ଥରେ ଚାଲି ଚାଲି ନବୀନ ନିବାସ ଅଭିମୁଖେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଭୋଟଦାନ ପାଇଁ ଭୋଟ୍ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ପୌର ନିର୍ବାଚନରେ ସମସ୍ତେ ଭୋଟ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ କରିଛନ୍ତି ଆହ୍ୱାନ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତିଟି ଭୋଟ୍ ମୂଲ୍ୟବାନ | ରାଜ୍ୟରେ ଆରମ୍ଭ ହୋଇଥିବା ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଆସନ୍ତୁ ଗଣତନ୍ତ୍ରକୁ ଆହୁରି ମଜବୁତ କରିବା। ଭୋଟ୍ ଦେବା ସମୟରେ କୋଭିଡ ନିୟମ ପାଳନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ନିଜେ ଭୋଟ୍ ଦେବା ସହ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରନ୍ତୁ|
ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୩ ନମ୍ବର ୱାର୍ଡର ପଳାସପଲ୍ଲୀ ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ନବୀନ ପଟ୍ଟନାୟକ । କଡା ସୁରକ୍ଷାରେ ନବୀନ ନିବାସରୁ ଚାଲି ଚାଲି ଯାଇ ଯାଇ ବୁଥରେ ପହଞ୍ଚି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି | #MunicipalElection2022 #ChiefMinister #NaveenPatnaik #Odisha pic.twitter.com/XzzVpDWv3I
— NNS ODIA TV (@nnsodia) March 24, 2022