ଉତ୍କଳ ଦିବସ ଅବସରରେ ଆଜି ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଚାଉଳ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳର ଅବଧି ୬ ମାସ ବଢ଼ାଇବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ହିତାଧିକାରୀଙ୍କୁ ସେପ୍ଟେମ୍ବର ଯାଏ ୫ କିଲୋ ଅତିରିକ୍ତ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲରୁ ସେପ୍ଟେମ୍ୱର ଯାଏଁ ମିଳିବ ଏହି ଚାଉଳ । ଏହା ଫଳରେ ଉପକୃତ ହେବେ ରାଜ୍ୟର ୮.୦୯ ଲକ୍ଷ ପରିବାର । ଏ ବାବଦରେ ୯୧.୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।ପୂର୍ବରୁ ଏହି ଯୋଜନା ଡିସେମ୍ବର, ୨୦୨୧ରୁ ମାର୍ଚ୍ଚ ୨୦୨୨ ଯାଏ ଧାର୍ଯ୍ୟ ରହିଥିଲା ।