ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମିଥିଲେବି ଏ ପଯ୍ୟନ୍ତ ଶତପ୍ରତିଶତ ଟୀକାକରଣ ହେଇପାରିନି. ସରକାର ଙ୍କ କୋଭିଡ ଗାଇଡ଼ଲାଇନ କୁ କିଛି ଲୋକ ମାନୁଥିବା ବେଳେ ଆଉ କିଛି ଲୋକ ଖୁଲମଖୁଲ୍ଲା ଉଲଂଘନ କରୁଥିବାର ଦେଖିବାକୁ ମିଳୁଛି. ଏପରି ଏକ ଘଟଣା ଆଜି ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ସହରରେ ଦେଖିବାକୁ ମିଳିଛି. ଅଥରବାଙ୍କି ରେଲୱେକଲୋନୀ ସ୍ଥିତ ପାରାଦ୍ୱୀପ ଇଣ୍ଡରଷ୍ଟିଆଲ ୱାରକର ୟୁନିୟନ CITU ତରଫରୁ ଏକ ନୈଶ ଭୋଜିର ଆୟୋଜନ ହେଇଥିଲା ଯେଉଁଥିରେ ପାଞ୍ଚଶହ ରୁ ଉର୍ଦ୍ଧ ସଦସ୍ୟ ମାନେ ଖୁଲମ ଖୁଲ୍ଲା କରୋନା କଟକଣା କୁ ଫୁ କରି ଭୋଜି କୁ ଉପଭୋଗ କରିଥିଲେ. ସୂଚନା ମୁତାବକ ସିଆଇଟିୟୁ ର ବିଶ୍ୱକର୍ମା ପୂଜା ଯେହେତୁ କରୋନା ପାଇଁ ବନ୍ଦ ଥିଲା ତେଣୁ ଵିଧି ଅନୁସାରେ ଛୋଟ ଆକାର ରେ ପୂଜକରିଥିଲେ, ଏବଂ ବଳକାରାଶି କୁ ନୈଶଭୋଜି କରି 500ରୁ ଉର୍ଦ୍ଧ ସଦସ୍ୟ ଙ୍କୁ ନେଇ କରୋନା କଟକଣା କୁ ଫୁ କରିଥିଲେ. ଏମିତିକି ଭୋଜି ରେ ଯୋଗ ଦେଇଥିବା ସଦସ୍ୟଙ୍କର କାହାରି ମୁହଁ ରେ ମାସ୍କ ନଥିଲା, ଏବଂ ମାଇକ ଯୋଗେ ଶୀଘ୍ର ଭୋଜିରେ ଯୋଗଦେବାପାଇଁ ପ୍ରଚାର କରିଥିଲେ. ଏହି ଅବସ୍ଥା ଦେଖିଲା ପରେ ସ୍ଥାନୀୟ ବୁଦ୍ଧିଜୀବି ଓ ସାଧାରଣରେ କରୋନା କଟକଣା କୁ ନେଇ ପ୍ରଶ୍ନ କରିଛନ୍ତି. ଏଠି ପ୍ରଶ୍ନ ଉଠୁଛି ଏ ଘଟଣା ବିଷୟରେ ପ୍ରଶାସନ ର ଦୁଷ୍ଟି କିପରି ପଡିଲାନାହିଁ. ପାରାଦ୍ୱୀପ ରୁ ଲଷ୍ମୀକାନ୍ତ ଙ୍କ ରିପୋର୍ଟ… NNS ଓଡିଆ