କଟକ ଚୌଦ୍ୱାରର 8 ନମ୍ବର ୱାର୍ଡରେ ରହୁଥିବା ସୌମ୍ୟରଞ୍ଜନ ବେହେରା ପ୍ରଥମେ କରୋନାରେ ଆକ୍ରାନ୍ତ ହେବା ପରେ ଅଶ୍ୱିନୀରେ ଭର୍ତ୍ତି କରାଯାଇଥିଲା l ମାତ୍ର ତାଙ୍କର ସ୍ୱାସ୍ଥ୍ୟବସ୍ତାରେ କୌଣସି ଉନ୍ନତି ନ ଆସିବାରୁ ସେ ପରେ ସମ ହସ୍ପିଟାଲକୁ ସ୍ଥାନାଂତର କରାଯାଇଥିଲା l ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଂକୁ ଆଜି ଇଗମୋ ଚିକିତ୍ସା ପାଇଁ ଚେନ୍ନାଇକୁ ଏଆର ଲିଫ୍ଟ ଜରିଆରେ ପଠାଯିବ l ଏଥିପାଇଁ ଲକ୍ଷାଧିକ ଟଙ୍କା ଦରକାର ପଡୁଥିବାରୁ ଶଙ୍ଖା ସିନ୍ଦୁରକୁ ବଞ୍ଚାଇବା ପାଇଁ ଘରେ ତାଙ୍କର ଓଡ଼ିଶାର ସମସ୍ତ ଜନସାଧାରଣ ମାନଙ୍କୁ ଅନୁରୋଧ କରିଛନ୍ତି ସ୍ତ୍ରୀ ଅମୃତ କାନୁନଗୋ l
ତ ପ୍ରାୟ ଦେଢ଼ ମାସ ତଳେ ସମସ୍ତେ କରୋନା ରେ ଆକ୍ରାନ୍ତ ହୋଇଥିଲେ l ମା. ଭାଇ ଓ ସ୍ତ୍ରୀ ସୁସ୍ଥ ହୋଇକି ଘରକୁ ଫେରିଲେ l ସମସ୍ତଙ୍କ ଆଡମିସନ ଠାରୁ ଡିସ୍ଚାର୍ଜ ପଯ୍ୟନ୍ତ ସେ ତଦାରଖ କରିଥିଲେ ହେଲେ ପରିଶେଷରେ ସେ ନିଜେ କରୋନା ରେ ଆକ୍ରାନ୍ତ ହେଇଥିଲେ l ବର୍ତମାନ ସୁଧl 37 ଲକ୍ଷ ଟଙ୍କା ଖର୍ଚ୍ଚ ସାରିଲାଣି l ଏବେ କିନ୍ତୁ ବଂଚିବାକୁ ହେଲେ ଏଗମୋ ଚିକିତ୍ସା ଦରକାର ବୋଲି ଡାକ୍ତର କହିଛନ୍ତି l ଏହାକୁ ଶୁଣିକି ଘର ଲୋକ ମାନେ ଚିନ୍ତା ରେ ପଡିଯାଇଛନ୍ତି l ଏତେ ଟଙ୍କା କୋଉଠୁ ଆସିବ ଘରେ ଥିବା ସୁନା ଗହଣା ଓ ଘର ବାଡ଼ି ବନ୍ଧା ପକେଇଲେ ବି ଟଙ୍କା ର ଅଭାବ ରହିବ ବୋଲି ପରିବାର ଲୋକେ କହିଛନ୍ତି l ତେଣୁ ସରକାର କିମ୍ବା ସ୍ବହୃଦୟ ବ୍ୟକ୍ତି ସାହାଯ୍ୟ ଓ ସହଯୋଗ ପାଇଁ ଘର ଲୋକେ ବିନମ୍ର ନିବେଦନ କରିଛନ୍ତି l
ସୌମ୍ୟ ଙ୍କ ଚିକିତ୍ସା ପାଇଁ ଚାହୁଁଥିବା ଲୋକ ମାନେ ICICI ବ୍ୟାଙ୍କ ଆକାଉଣ୍ଟ ନମ୍ବର 101301504613 IFC କୋଡ଼ ନମ୍ବର ICICI 0001013… ଫୋନ ପେ ନମ୍ବର 8249501612 ରେ ସହଯୋଗ କରିବାକୁ ସ୍ତ୍ରୀ ଅମୃତl ଅନୁରୋଧ କରିଛନ୍ତି