ଆଗକୁ ପୌର ନିର୍ବାଚନ | ଏବେ ପ୍ରଚାରରେ କମ୍ପୁଛି ପୌରାଞ୍ଚଳ । ବିଜେଡି, ବିଜେପି ଆଦି ବିଭିନ୍ନ ଦଳ ପକ୍ଷରୁ ଚୌଦ୍ୱାର ପୌରାଞ୍ଚଳରେ ଚାଲିଛି ଜୋରଦାର ପ୍ରଚାର । ଚୌଦ୍ୱାର ପୌରପାଳିକାର ୧୯ ଟି ୱାର୍ଡରେ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି ସବୁ ଦଳର ଅଧ୍ୟକ୍ଷ ପ୍ରାର୍ଥୀ । ପୌର ଅଂଚଳର ବିଭିନ୍ନ ୱାର୍ଡରେ ବୁଲି ବୁଲି କରୁଛନ୍ତି ଭୋଟ ଭିକ୍ଷା | ସେହିଭଳି ଜଣେ ଅଧ୍ୟକ୍ଷ ପ୍ରାର୍ଥୀ ସୁଶ୍ରୀ ସୁନୀତା ମହାପାତ୍ର ସାମ୍ବାଦିକତାରୁ ରାଜନୀତିରେ ଦେଇଛନ୍ତି ପାଦ | ଚୌଦ୍ୱାରର ବିଭିର୍ନ ସମସ୍ୟାକୁ ନେଇ ସୁନୀତା ଓଲ୍ହାଇଛନ୍ତି ପୌରାଞ୍ଚଳ ନିର୍ବାଚନ ମୈଦାନକୁ | ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ଲଢ଼ୁଛନ୍ତି ନିର୍ବାଚନ |
ସୁନୀତା ମହାପାତ୍ର ଦୀର୍ଘ ଦିନ ଧରି ସାମ୍ବାଦିକତା କ୍ଷେତ୍ରରେ ରହି ଚୌଦ୍ୱାରରେ ବିଭିନ୍ନ ଅଂଚଳର ଖବର ପ୍ରସାର କରି ଆସୁଛନ୍ତି | ଚୌଦ୍ୱାର ସହରର ବିଭିର୍ନ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରି କରୁଛନ୍ତି ନିର୍ବାଚନୀ ପ୍ରଚାର | ସେ କହିଛନ୍ତି ଚୌଦ୍ୱାର ମଧ୍ୟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର 5 କିମି ରାସ୍ତା ପାଲଟିଛି ମରଣଯନ୍ତା | ମୁଖ୍ୟ ରାସ୍ତାଟି ଖରାପ ହୋଇଯାଇଥିବାରୁ ସବୁବେଳେ ଛୋଟ ବଡ ଦୁର୍ଘଟଣା ମାନ ଦେଖିବାକୁ ମିଳୁଛି | କିଛି ଦିନ ଭିତରେ ରାସ୍ତା ଦୁର୍ଘଟଣାରେ ୧୦ ଜଣଙ୍କର ପ୍ରାଣ ଯାଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି | ଦ୍ବିତୀୟତଃ ଓଟିଏମ , ଟିପିଏମ , ଲିବ୍ରା ଭଳି ଅନେକ ଶିଳ୍ପ ବନ୍ଦ ପଡିଥିବାରୁ ଏଠାରେ ବେକାରୀ ସମସ୍ୟା ଉତ୍କଟ ହୋଇଛି | ପରିବାରରେ ପେଟ ର ଭୋକ ମେଂଟେଇବା ପାଇଁ ବୋତି ଖଟିବାକୁ ଅନ୍ୟ ସହରକୁ ଯାଉଛନ୍ତି ଲୋକେ | ବିଭିର୍ନ ସମସ୍ୟାର ସମାଧାନ ପାଇଁ ସାମ୍ବାଦିକତାରୁ ରାଜନୀତିକୁ ପାଦ ଦେଇଛନ୍ତି ସାମ୍ବାଦିକା ସୁଶ୍ରୀ ସୁନିତା ମହାପାତ୍ର | ତେଣୁ ତାଙ୍କୁ ମାଠିଆ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଚୌଦ୍ୱାର ବାସୀଙ୍କୁ ସେ କରିଛନ୍ତି ଅନୁରୋଧ |