ଚୀନର ସିନଜିଆଙ୍ଗ ପ୍ରଦେଶରେ ରହୁଥିବା ଉଇଘର ମୁସଲିମ ସମ୍ପ୍ରଦାୟ ଉପରେ ଅତ୍ୟାଚାର ହେଉନାହିଁ, ବରଂ ସେମାନଙ୍କ ବିକାଶ ପ୍ରତି ପ୍ରାଧାନ୍ୟ ଦିଆଯାଉଛି। ଫଳରେ ୧୯୫୩ ମସିହାରେ ଚୀନର ସିନଜିଆଙ୍ଗ ପ୍ରଦେଶରେ ଉଇଘର ମୁସଲିମ ସମ୍ପ୍ରଦାୟର ସଂଖ୍ୟା ୫୩ ଲକ୍ଷ ଥିବା ବେଳେ ୨୦୨୦ ମସିହାରେ ଏହା ୧.୧ କୋଟିରେ ପହଁଚିଛି। ଅନେକ ସମୟରେ ଜାତିସଂଘ ଠାରୁ ଆରମ୍ଭ କରି ଆମେରିକା, ଫ୍ରାନ୍ସ, ବ୍ରିଟେନ ଭଳି ରାଷ୍ଟ୍ର ପକ୍ଷରୁ ଚୀନରେ ଉଇଘର ମୁସଲିମ ସମ୍ପ୍ରଦାୟ ଉପରେ ଅତ୍ୟାଚାର କରାଯାଉଥିବା ରିର୍ପୋଟରେ ଦର୍ଶାଯାଇଥାଏ। ଯାହାକୁ ଚୀନ ସରକାରଙ୍କ ପକ୍ଷରୁ ଖାରଜ କରାଯାଇଛି।
ଚୀନ ସରକାର ପକ୍ଷରୁ ସପ୍ତମ ଜନଗଣନା ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଉଇଘର ମୁସଲିମ ସମ୍ପ୍ରଦାୟ ଉପରେ ଅତ୍ୟାଚାର ନୁହେଁ ବରଂ ଚୀନର ବିକାଶରେ ସେମାନଙ୍କୁ ସାମିଲ କରାଯାଉଥିବା କହିଛନ୍ତି। ଚୀନର ସିନଜିଆଙ୍ଗ ପ୍ରଦେଶ ଏମିତି ଏକ ସ୍ଥାନ ଯେଉଁଠି ଅଧିକାଂଶ ମୁସଲିମ ସମ୍ପ୍ରଦାୟର ଲୋକମାନେ ବସବାସ କରିଥାନ୍ତି। ଏମାନେ ମୁଖ୍ୟତଃ ଅଳ୍ପ ସଂଖ୍ୟକ ହୋଇଥିବା କାରଣରୁ ଅଧିକାଂଶ ସମୟରେ ଚୀନ ସରକାର ଏମାନଙ୍କୁ ଅଣଦେଖା କରିଥାନ୍ତି। ଏମିତି କି ଏହି ସମ୍ପ୍ରଦାୟର ଲୋକମାନଙ୍କୁ ଚୀନ ସରକାର ହୀନ ଦୃଷ୍ଟିରେ ଦେଖୁଥିବା ବେଳେ ସମ୍ପ୍ରଦାୟର ମହିଳା ମାନଙ୍କୁ ଚୀନ ଯୌନ କ୍ରୀତଦାସ ଭାବେ ରଖିଥାନ୍ତି ବୋଲି ଅଭିଯୋଗ ଆସିଥାଏ। ଯାହାକୁ ନେଇ ବଡ ବଡ ପଶ୍ଚିମ ରାଷ୍ଟ୍ର ଏବଂ ବିଶ୍ଵ ମାନବାଧିକାର କର୍ମୀମାନେ ମଧ୍ୟ ସ୍ଵର ଉଠାଇ ଆସିଛନ୍ତି। ତେବେ ଏବେ ଚୀନ ନିଜର ରିର୍ପୋଟରେ ଅନ୍ୟକିଛି ଦର୍ଶାଇଛି। ମୁଖ୍ୟତଃ ଚୀନ ଜାରି କରିଥିବା ରିର୍ପୋଟରେ ୬ଟି ଦିଗକୁ ଦର୍ଶାଯାଇଛି। ଯେଉଁ ଗୁଡିକ ମଧ୍ୟରେ ମାନବାଧିକାର ଉପଲବ୍ଧ, ଭୋକେସନାଲ ଟ୍ରେନିଂ, ଏଜୁକେସନ ସେଣ୍ଟର, ରୋଜଗାର ଏବଂ ଆତଙ୍କରୋଧି ପ୍ରକ୍ରିୟା ରହିଛି। ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ଚୀନର ଏହି ରିର୍ପୋଟ ଆରୋପ ଆଣୁଥିବା ରାଷ୍ଟ୍ର ମାନଙ୍କୁ ଜବାବ ବୋଲି ଦର୍ଶାଇଛନ୍ତି। ଯେଉଁମାନେ ପୂର୍ବରୁ ଚୀନରେ ଉଇଘର ସମ୍ପ୍ରଦାୟର ଜନସଂଖ୍ୟା କମୁଥିବା ସହିତ ସେମାନଙ୍କ ଉପରେ ଅତ୍ୟାଚାର ହେଉଥିବା ଅଭିଯୋଗ ଆଣିଛନ୍ତି। ତେବେ ଚୀନ ପକ୍ଷରୁ ଉଇଘର ସମ୍ପ୍ରଦାୟକୁ ନେଇ ରିପୋର୍ଟକୁ ବିଶ୍ଵ ସମୁଦାୟ ଗ୍ରହଣ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଚୀନ ବିଶ୍ଵକୁ ଭଣ୍ଡାଇଥିବା ବେଳେ ଏହା ମଧ୍ୟ ଚୀନର ଏକ ଚାଲ ବୋଲି ଚର୍ଚ୍ଚା ହେଉଛି।…
#uyghur #China