ଚୀନରେ ଆଜି ଘଟିଛି ଏବ ବଡ ଧରଣର ବିମାନ ଦୁର୍ଘଟଣା । ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବିମାନ। ଚୀନର ବୋଇଂ ୭୩୭ ଏୟାରକ୍ରାଫ୍ଟ ଏକ ପାହାଡ଼ ସହ ଧକ୍କା ହୋଇ ଜଳି ଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପାହାଡ଼ ମଧ୍ୟ ଜଳିବାକୁ ଲାଗିଥିଲା | ଦୁର୍ଘଟଣାବେଳେ ବିମାନରେ ପ୍ରାୟ ୧୩୩ ଯାତ୍ରୀ ଥିଲେ। ତେବେ ଏହି ଘଟଣାରେ କେତେ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ | ଏହି ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି | ଯେଉଁଥିରେ ଏହି ଦୁର୍ଘଟଣା କେତେ ଭୟଙ୍କର ତାହା ଅନୁମେୟ କରି ହେଉଛି |
ସୂଚନା ଅନୁଯାୟୀ , ଆଜି ଅପରାହ୍ନ ୧.୧୫ ରେ ଚୀନର ବୋଇଂ ୭୩୭ ବିମାନଟି କୁମିଂରୁ ଗୁଆଁଝୋଁ ଅଭିମୁଖେ ଉଡାଣ ଭରିଥିଲା | ବିମାନଟି ଗୁଆଁଝୋଁରେ ୩ ଟା ସୁଦ୍ଧା ପହଞ୍ଚିବାକୁ ଥିଲା | କିନ୍ତୁ ଉଡାଣ ସମୟରେ ମଝି ଆକାଶରେ ଏକ ପାହାଡ଼ ସହ ପିଟି ହୋଇଯାଇଥିଲା | ଫଳରେ ବିମାନରେ ନିଆଁ ଲାଗିଯାଇଥିଲା। ଚୀନର ଗୁଆଙ୍ଗସି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି | ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ସେଠାରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ଏଯାଏଁ ମୃତକଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ।