ଗିରଫ ହେଲେ ଦୁଇ ଠକ । ଆସନ୍ତୁ ଦେଖନ୍ତୁ କଣ କହୁଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଦୁଇ ଠକ ହେଲେ ଦେବୀ ପ୍ରସାଦ ଓ ଶୁଭେନ୍ଦୁ ଜେନା ଜଣେ ଭୁବନେଶ୍ୱର ଅନ୍ୟ ଜଣକ ଯାଜପୁର ଅଞ୍ଚଳର । ଖାରବେଳ ନଗର ଥାନା ଅଞ୍ଚଳରେ ଏକ ଜେପି କମୁନିକେସନ ନାମକ ଏକ ସ°ସ୍ଥା କରି ଫେକ୍ ଚାକିରି ଦେବା ବାହାନାରେ ଲୋକମାନଙ୍କୁ ଠକୁଥିଲେ । ସେହି ସ୍ଥାନରୁ ଫେକ୍ ଆପଏଣ୍ଟମେଣ୍ଟ ଲେଟର ଓ କିଛି ଷ୍ଟାମ୍ପ ଜବତ କରାଯାଇଛି । ଏହି ଠକାମିରେ ଶୀକାର ହୋଇଥିବା ସୋମ୍ୟରଞ୍ଜନ ଦାସଙ୍କ ଅଭିଯୋଗ କ୍ରମେ ଏମାନଙ୍କୁ ଗିରଫ କରାଯାଇଛି । ଦେବୀ ପ୍ରସାଦ ପ୍ରଥମେ ନିଜେ ଠକାମିର ଶୀକାର ହେଇଥିବାରୁ ସିଏ ଏଭଳି ପନ୍ଥା ଆପଣେଇ ନେଇଥିଲେ । କାରଣ ତାଙ୍କ ଠାରୁ ଜନୈକ ବ୍ୟକ୍ତି ଟଙ୍କା ନେଇ ତାଙ୍କୁ କଳାହାଣ୍ଡିରେ ଏକ ପୋଷ୍ଟ ଅଫିସରେ ଚାକିରି ଦେଇଥିଲେ । ସିଏ ସେଠାରେ ଦରମା ମଧ୍ୟ ପାଉଥିଲେ ମାତ୍ର ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଥିଲେ ଯେ ସେଇଟା ଥିଲା ଫେକ୍ । ସିଏ ଏହାକୁ କାହାକୁ କିଛି ନ ଜଣାଇ ସମାନ ଧରଣର ଠକାମି ଆରମ୍ଭ କରିଥିଲେ ।