ପୁରୀ(ଏନଏନଏସ୍): ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ୨୪ଟି ଚକ ଏବଂ ଗୋଟିଏ ଗୋଟିଏ ଅଖର ଦୁଇଁ ମୁହଁର ଗୋଲେଇ କାର୍ଯ୍ୟ ଶେଷ ହୋଇଛି । ସେହିପରି ଚକ ନିର୍ମାଣ ପାଇଁ ତୁମ୍ବ ଅରରେ ପଇ ସଂଯୋଗ ହୋଇଛି ଓ ପଇର ସଂଯୋଗ ସ୍ଥଳ କଳସା କାର୍ୟ୍ୟ ଜାରୀ ରହିଛି। ଅନ୍ୟପଟେ ରୂପକାର ସେବକ ମାନେ ଗୁଜରେ ରୂପ ଖୋଦେଇ ଜାରୀ ରଖିବା ସହ ଦୋଳବେଦୀ କମାର ଶାଳରେ କମାର ସେବକମାନେ ପନ୍ଦାରି ଏବଂ ବଳା ନିର୍ମାଣ ଜାରି ରଖିଛନ୍ତି।