ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଇସ୍ତଫା ଦେବାପରେ ନୂତନ ମୁଖ୍ୟମନ୍ତ୍ରୀଭାବେ ଚରଣଜିତ ଛନୀ ପଦ ସମ୍ଭାଳିଛନ୍ତି । କାର୍ଯ୍ୟଭାର ନେବା ପରଠାରୁ ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଙ୍କ ମଧ୍ୟରେ ବେଶ ତତ୍ପରତା ଦେଖିବାକୁ ମିଳିଛି ।ଗରିବ ଲୋକ ମାନଙ୍କ ସହାୟତା ଉଦ୍ଦେଶ୍ୟରେ ସେ ପ୍ରଥମ କ୍ୟାବିନେଟ ବୈଠକ ଡକାଇଥିଲେ । ଏହି ବୈଠକରେ ଆସନ୍ତା ଅକ୍ଟୋବର ୨ ତାରିଖ ପରଠାରୁ ଗରିବ ମାନଙ୍କ ସେବା ଉଦ୍ଦେଶ୍ୟରେ ଏବଂ ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି । ଯାହା ଅଧୀନରେ ଏସସି, ବିସି ଏବଂ ବିପିଏଲ ଅନ୍ତର୍ଗତ ଲୋକ ମାନଙ୍କ ପାଇଁ ମାଗଣାରେ ବିଦ୍ୟୁତର ପରିମାଣ ୨୦୦ରୁ ୩୦୦ ୟୁନିଟ କୁ ବୃଦ୍ଧି ଗ୍ରାମୀଣ ଜଳ ଯୋଗାଣ ଅନୁଯାୟୀ ପାଣି ଏବଂ ବିଦ୍ୟୁତ ବିଲ ଛାଡ଼ କରାଯିବା ଉପରେ ଆଲୋଚନା କରାଯାଇଛି । ଏଥି ସହିତ ପ୍ଲଟ ଆବଣ୍ଟନ ପ୍ରକ୍ରିୟାକୁ ସରଳ କରିବା ସହ ଦୁଇ ମାସ ମଧ୍ୟରେ ଯୋଗ୍ୟ ହୀତାଧିକାରୀଙ୍କୁ ପ୍ଲଟ ଆବଣ୍ଟନ ଶେଷ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ ଦ୍ଵାରା ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇ ଥିବା ବେଳେ ହାଉସିଂ ଏବଂ ସହରୀ ବିକାଶ କ୍ଷେତ୍ରରେ ୩୨୦୦୦ EWS ନିର୍ମାଣ ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବାକୁ ଉଭୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ କୁ ନିର୍ଦ୍ଦେଶ ଦିଆଯାଇଛି । ଆହୁରି ମଧ୍ୟ ଶିକ୍ଷା ଅଧିକାର ଆଇନ କୁ ଆହୁରି ଉନ୍ନତ ଭାବେ କାର୍ଯ୍ୟକାରୀ କରିବା ଏବଂ ଶିକ୍ଷାନୁଷ୍ଠାନ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉପରେ ମଧ୍ୟ ଆଲୋଚନା କରା ଯାଇଥିଲା । ବିଶେଷ କରି ଏହି ବୈଠକରେ ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା ଆଣିବାର ଆବଶ୍ୟକତା ଉପରେ ଆଲୋକପାତ କରି ସିଏମ୍ ଚରଣଜିତ୍ ଛନ୍ନି କହିଛନ୍ତି, ଯେ”ସରକାରୀ କାର୍ଯ୍ୟାଳୟ ସମୟ ଅନୁଯାୟୀ ଅଫିସରେ ସମସ୍ତ ସରକାରୀ କର୍ମଚାରୀ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନିକ ସଚିବ ଏବଂ ବିଭାଗୀୟ ମୁଖ୍ୟମାନେ ସପ୍ତାହରେ ଦୁଇଥର ନିରୀକ୍ଷଣ କରିବେ ଏବଂ ପ୍ରତ୍ୟେକ କର୍ମଚାରୀଙ୍କୁ ସକାଳ ୯ ଟାରୁ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅଫିସରେ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
#punjab #charanjitsinghchanni #cabinetmeeting #NNSODIA