କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ପଞ୍ଚାୟତ ରେ ଆଜି ଓଡିଶା ଜୀବିକା ମିଶନ ବା OLM ପକ୍ଷରୁ ହେବାକୁ ଥିବା CRP ଚୟନକୁ ବାତିଲ କରାଯାଇଛି। ଚୟନରେ ସ୍ବଚ୍ଛତା ନଥିବାରୁ ଉଚିତ ଦକ୍ଷତା ଥାଇ ମଧ୍ଯ ପ୍ରକୃତ ପ୍ରାର୍ଥିଙ୍କୁ ବାଦ ଦିଆଯାଇଥିବା ଅଭିଯୋଗରେ ଚୟନ ପ୍ରକ୍ରିୟାକୁ ବାତିଲ କରାଯାଇଛି ।
ଏହି ପଞ୍ଚାୟତ ରେ ଗତ ୧ ତାରିଖରେ ହୋଇଥିବା MBK ଚୟନରେ ବ୍ଲକ କର୍ତ୍ତୃପକ୍ଷଙ୍କ ପକ୍ଷପାତିତା ନେଇ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ଦ୍ବାରସ୍ଥ ହୋଇଥିଲେ ଚୟନରୁ ବାଦ ପଡିଥିବା ସରୋଜିନୀ ମଲ୍ଲିକ ।
ଅଭିଯୋଗ ପାଇବା ପରେ ପ୍ରକଳ୍ପ ନିର୍ଦ୍ଦେଶକ ଡେରାବିଶ ବିଡିଓ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୂର୍ବପରି ଚୟନ ପ୍ରକ୍ରିୟାରେ ପକ୍ଷପାତିତାର ପୁନରାବୃତ୍ତି ଯେପରି ନ ହେଉ ସେଥିପାଇଁ ମହିଳା ମାନେ ହୋହାହ୍ଲା କରିଥିଲେ । ମହିଳା କର୍ମକର୍ତ୍ତା ମାନଙ୍କର ଅଭିଯୋଗ ଅନୁଯାୟୀ ସିଆରପି ସିଲେକସନ ପ୍ରକ୍ରିୟା ପଞ୍ଚାୟତ ଚୟନ କମିଟି ଦ୍ବାରା କରାନଯାଇ ବିପିଏମ ରତ୍ନମଞ୍ଜରୀ ବାରିକ ଓ BLC ବିଣାପାଣି ସାମଲ୍ ଆଦି ମିଳିତ ଭାବେ ନିଜ ପଦବୀ ଏବଂ କ୍ଷମତାର ଦୁରୁପଯୋଗ କରି ଏଭଳି ଏକପାକ୍ଷିକ ନିଷ୍ପତ୍ତି ନେଇଥିବା ଅଭିଯୋଗ କରା ଯାଇଛି । ସଭାନେତ୍ରୀ ଙ୍କ ନିକଟରୁ ତରବରିଆ ଭାବେ ସମସ୍ତଙ୍କ ତଥ୍ଯ ସମ୍ବଳିତ ବାକ୍ସ କୁ ନେଇ ସଂନ୍ଦେହ ଘେରରେ BLC ବିଣାପାଣୀ ସାମଲ। ।ସେପଟେ ଏ ନେଇ ସମାନ ଅଭିଯୋଗ ଆଣିଛନ୍ତି ଚୟନ କମିଟିର କର୍ମକର୍ତ୍ତା, ପଞ୍ଚାୟତ ର ସଭାନେତ୍ରୀ ଓ ସଂମ୍ପାଦକ। ତେଣୁ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ହସ୍ତକ୍ଷେପ ସହ ଭିଡିଓ ରେକର୍ଡିଙ୍ଗ କରି ପ୍ରକୃତ ଗାଇଡଲାଇନ ମୁତାବକ ପ୍ରାର୍ଥୀ ଚୟନ କରିବାକୁ ମହିଳା କର୍ମକର୍ତ୍ତା ମାନେ ଦାବି କରିଛନ୍ତି।