ଘଟଗାଁ ମା’ ତାରିଣୀ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ଚଇତି ପର୍ବ | ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁ ଅନୁଷ୍ଠିତ ହୋଇପାରିନଥିଲା ପ୍ରସିଦ୍ଧ ଚଇତି ପର୍ବ l ତେବେ ଚଳିତ ବର୍ଷ ବହୁ ଆଡମ୍ବରରେ ଏହା ପାଳନ କରାଯିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି |
ମା’ଙ୍କ ଚଇତି ପର୍ବ ସାରା ରାଜ୍ୟରେ ବେଶ ପ୍ରସିଦ୍ଧ | ତେବେ ସାତ ଦିନ ଧରି ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ ଚଇତି ପର୍ବ | ତେବେ ଏହି ସମୟରେ ମାଙ୍କ ନିକଟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ଆଧ୍ୟାତ୍ମିକ ନୃତ୍ୟ, ଲୋକ ନୃତ୍ୟ, ଘୋଡା ନାଚ ଓ ଝୁମର ନୃତ୍ୟ ଆଦିର ଆୟୋଜନ କରାଯାଇଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ, ଘଟଗାଁ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ମାଙ୍କ ପ୍ରସିଦ୍ଧ ଏହି ଯାତ୍ରା ଦେଖିବାକୁ ସାରା ରାଜ୍ୟରୁ ଭକ୍ତଙ୍କ ସୁଅ ଛୁଟୁଥାଏ |