ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଝରନି ଗାଁ ରେ ପହଁଚିଲା କେନ୍ଦ୍ରୀୟ ତଦନ୍ତକାରି ଟିମ. ମମିତା ମେହେର ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପ୍ରଦାନ କରିବ ରିପୋର୍ଟ.. ଆଜି ମମିତା ମେହେରଙ୍କ ପରିବାରକୁ ଭେଟି ଆଲୋଚନା କରିବା ସହ ସମବେଦନା ଜଣାଇଛନ୍ତି କେନ୍ଦ୍ରୀୟ ଟିମ..କହିଲେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି… ଘଟଣା କୁ ନେଇ ତୀବ୍ର ନିନ୍ଦା କରିବା ସହ ରାଜ୍ୟ ସରକାର ଉପରେ ବର୍ଷିଲେ ତଦନ୍ତକାରି କେନ୍ଦ୍ରୀୟ ଟିମ…ଏମିତି ଜଘନ୍ୟ କାଣ୍ଡ ପରେ ବି କେମିତି ମୁହଁ ଖୋଲୁନାହାନ୍ତି ରାଜ୍ୟ ସରକାର..ଆବଶ୍ୟକ ପଡିଲେ .ସିବିଆଇ ତଦନ୍ତ କରିବାକୁ ମଧ୍ୟ ସୁଫାରିଶ କରିବାକୁ କହିଛନ୍ତି କେନ୍ଦ୍ରୀୟ ଟିମ.. ଚାଲିଛି ମାରାଥନ ତଦନ୍ତ… ତଦନ୍ତକୁ ଆହୁରି ବ୍ୟାପକ କରିଛି ଭାଜପା.. ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ଝରନି ଗାଁ ର ମମିତା ମେହେର.. ହତ୍ୟା ଘଟଣା ରେ ଏବେ ରୋଚକ ମୋଡ଼… ବିରୋଧୀ ବିଜେପି ଏହି ପ୍ରସଙ୍ଗ ରେ ରାଜ୍ୟ ସରକାର କୁ ଘେରିଛି.. ରାଜ୍ୟ ରାଜନୀତି ରୁ ଯାଇ ଏବେ ଜାତୀୟ ରାଜନୀତି ରେ ପ୍ରସଙ୍ଗକୁ ନେଇ ଚର୍ଚ୍ଚା… ଆଉ ଏହାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେପି ନଡ୍ଡା ଏକ କେନ୍ଦ୍ରୀୟ ତଦନ୍ତ କାରି ଟିମ କୁ ବଲାଙ୍ଗୀର ଜିଲ୍ଲା ପଠାଇଥିଲେ.. ଆଜି ତଦନ୍ତ କାରି ଟିମ ମଧ୍ୟ ଝରନି ଗାଁ କୁ ଯାଇ ମମିତା ମୃତ ମେହେର ଙ୍କ ପରିବାର ସହ ଆଲୋଚନା କରିଛନ୍ତି. ଦୀର୍ଘ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ… ଆଉ ଏହି ଘଟଣା କୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କୁ ପ୍ରଦାନ କରିବେ… ରୁପା ମିତ୍ରା….କେନ୍ଦ୍ରୀୟ ତଦନ୍ତ କାରି ଟିମ… ମୁହଁରେ ବଡ଼ ବିନ୍ଦି.. ସୁନିତା ଦୁଗଲ..ତଦନ୍ତକାରୀ ଟିମ. Mahila ମୋର୍ଚା ହଳଦିଆ ଶାଢ଼ୀ.. ଆଜି ଭାଜପା ର କେନ୍ଦ୍ରୀୟ ମହିଳା ମୋର୍ଚା ର ତଦନ୍ତ କାରି ଟିମ ଝରନି ଗାଁ କୁ ପହଂଚି ଥିଲେ.. ଏହି ଟିମ ରେ ମହିଳାମୋର୍ଚା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାନିଥି ଶ୍ରୀନିବାସନ ଙ୍କ ନେତୃତ୍ୱରେ ରୁପା ମିତ୍ରା, ସୁନିତା ଦୁଗଗଲ, ସୁଜାତା ପାଢ଼ୀ, ସମେତ ଅନେକ ମହିଳା ମୋର୍ଚା ର ଜାତୀୟ ତଥା ରାଜ୍ୟ ସ୍ତରୀୟ ନେତା ସାମିଲ ଥିଲେ.. ପରେ ଏହି ଘଟଣା ରେ ରାଜ୍ୟ ସରକାର ଙ୍କ ଅନେକ ନେତାମନ୍ତ୍ରୀ ପରୋକ୍ଷ କିମ୍ବା ପ୍ରତାକ୍ଷ ଭାବରେ ସାମିଲ ଥିବା ଅଭିଯୋଗ କରିଛି.. ତଦନ୍ତକାରି ଟିମ… ଟିମ ସମ୍ମୁଖରେ ମୃତ ମମିତା ଙ୍କ ପରିବାର ଦୋଷୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଫାଶୀ ଦେବାକୁ ଦାବୀ କରିଥିଲେ.. କେନ୍ଦ୍ରୀୟ ଟିମ ଏହି ଘଟଣା କୁ ଗୁରୁତ୍ୱ ସହ ନେଇ ଥିବା କହିଛି.. ପୋଲିସ ର ତଦନ୍ତ କେମିତି ରହିଛି.ତାହାକୁ ତର୍ଜମା କରୁଛି କେନ୍ଦ୍ରୀୟ ଟିମ.. ଆବଶ୍ୟକ ପଡିଲେ ସିବିଆଇ ତଦନ୍ତ ମଧ୍ୟ କରିବାକୁ ରିପୋର୍ଟ ଦେବେ ବୋଲି ସୂଚନା ଦେଇଛନ୍ତି… ଏହି ଘଟଣାରେ ରାଜ୍ୟର ଗୃହ ମନ୍ତ୍ରୀ ତଥା ଅନେକ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରିଛି କେନ୍ଦ୍ରୀୟ ମହିଳା ମୋର୍ଚା ସଦସ୍ୟ.. ଜଣେ ଶିକ୍ଷୟିତ୍ରୀଙ୍କୁ ଅତି ନିର୍ମମ ଭାବରେ ଅପହରଣ କରିବା ସହ ହତ୍ୟା କରିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି.. ଏହି ଘଟଣାରେ ଗୋବିନ୍ଦ ସାହୁ ଏକା ନଥିବା ବେଳେ ଅନେକ ଲୋକଙ୍କ ସମ୍ପୃକ୍ତି ରହିଥିବା ମହିଳା ମୋର୍ଚା ଅଭିଯୋଗ କରିଛି.. ପରିବାର କୁ ଭେଟିବା ପରେ ତଦନ୍ତ କାରି ମହିଳା ମୋର୍ଚା ଟିମ ମହାଳିଙ୍ଗ ଯାଇଛନ୍ତି.. ଘଟଣା ସ୍ଥଳ ପରିଦର୍ଶନ କରିବେ.. ସ୍କୁଲ.. ବୁଲିବେ.. ଗାର୍ଲସ ହଷ୍ଟେଲ ନିରୀକ୍ଷଣ କରିବେ ବୋଲି ସୂଚନା ଦେଇଛନ୍ତି