ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍ ବିପିନ ରାୱତ | ସେନା ଚପ୍ପର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ବିପିନ୍ ରାୱତ୍ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ଅନ୍ତୀମ ସଂସ୍କାର ରାଜକୀୟ ସମ୍ମାନର ସହିତ ଆଜି ସନ୍ଧ୍ୟାରେ କରାଯାଇଛି । ବିପିନ୍ ରାୱତଙ୍କୁ ଦିଲ୍ଲୀର ବେରାର ସ୍କୋୟାରରେ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ଝିଅ କ୍ରିତିକା ଏବଂ ତାରିଣୀ ରୀତିନୀତି ସହକାରେ ତାଙ୍କ ଚିତାରେ ମୁଖାଗ୍ନି ଦେଇଛନ୍ତି | ସେମାନଙ୍କୁ ଶେଷ ବିଦାୟ ଜଣାଇ 17 ତୋପ ସଲାମ ଦିଆଯାଇଛି । ଏହି ସମୟରେ 800 ସୈନିକ ଉପସ୍ଥିତ ଥିଲେ । ତିନି ସେନାର ଅଧକ୍ଷ ଦେଶର ପ୍ରଥମ ସିଡିଏସକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ବେରାର ସ୍କୋୟାରରେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଇନ ମନ୍ତ୍ରୀ କିରନ ରିଜିଜୁ ଓ ରାଜୀବର୍ଦ୍ଧନ ସିଂ ରାଠୋର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସେଠାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ହଜାର ହଜାର ଲୋକ ତିରଙ୍ଗା ଧରି ସିଡିଏସ୍ ବିପିନ ରାୱତଙ୍କ ଶେଷ ଯାତ୍ରାରେ ଏକାଠି ହୋଇଥିଲେ | ଯେପର୍ଯ୍ୟନ୍ତ ସୂର୍ଯ୍ୟ ଚନ୍ଦ୍ର ରହିଛନ୍ତି, ସେ ଯାଏଁ ବିପିନ ଜୀଙ୍କର ନାମ ଅମର ରହିବ ବୋଲି … ଲୋକେ ନାରା ଦେଉଥିବା ଦେଖିବାକୁ ମିଳିଥିଲା | ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ 13 ଜଣଙ୍କ ମରଶରୀର ଆଜି ଅନ୍ତିମସଂସ୍କାର କରାଯାଇଛି ।
ଚାଲନ୍ତୁ ଜାଣିବା ସେନାର ଅଧିକାରୀଙ୍କ ଅନ୍ତୀମ ବିଦାୟରେ ସ୍ୱତନ୍ତ୍ର ପ୍ରକିୟା କ’ଣ ସବୁ ରହିଛି । ଭାରତୀୟ ସେନାର ଅଧିକାରୀ କିମ୍ବା ଯବାନ୍ ଯେତେବେଳେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରନ୍ତି ସେତେବେଳେ ସେମାନଙ୍କ ଅନ୍ତୀମ ବିଦାୟ ଭିନ୍ନ ପ୍ରକାରର କରାଯାଇଥାଏ । ଜଣେ ସୈନିକ ସହିଦ ହେଲେ , ତାଙ୍କର ଶେଷ ରୀତିନୀତି ରାଜ୍ ସମ୍ମାନ ସହିତ ପାଳନ କରାଯାଏ | ସର୍ବପ୍ରଥମେ, ସହିଦଙ୍କ ପାର୍ଥିବଶରୀରକୁ ସେନା ମାନଙ୍କ ଗହଣରେ ତାଙ୍କ ସ୍ଥାନୀୟ ବାସଭବନକୁ ପଠାଯାଇଥାଏ | ଅନ୍ତିମ ସଂସ୍କାର ସମୟରେ ଶରୀରକୁ ତିରଙ୍ଗାରେ ଘୋଡାଇ ଦିଆଯାଏ | ସୂଚନାଯୋଗ୍ୟ ଯେ ଭାରତୀୟ ପତାକା ସଂହିତା 2002 ଅନୁଯାୟୀ, ଜାତୀୟ ପତାକା କେବଳ ସୈନିକ କିମ୍ବା ରାଜ ସମ୍ମାନ ସମୟରେ ମୃତଶରୀର ପାଇଁ ଏହାକୁ ପକାଇ ବ୍ୟବହାର କରାଯାଇପାରିବ। ପାର୍ଥିବଶରୀର ଉପରେ ପତାକା ରଖିବା ପାଇଁ ଏକ ବିଶେଷ ନିୟମ ମଧ୍ୟ ରହିଛି | ଏହି ସମୟରେ ପତାକାକୁ ପାର୍ଥିବଶରୀର ଥିବା କଫିନ ଉପରେ ରଖାଯାଇଥାଏ ଏବଂ ପତାକାର ନାରଙ୍ଗୀ ପାର୍ଶ୍ୱ ଶରୀରର ସମ୍ମୁଖ ଆଡକୁ ଥାଏ | ତାହାର ଅର୍ଥ ହେଉଛି, ଏହାକୁ ସିଧା କରି ରଖାଯାଏ, ଚାଦର ପରି ଘୋଡାଇ ଦିଆଯାଏ ନାହିଁ | ଏହାବ୍ୟତୀତ ପତାକାକୁ କବରରେ କବର ଦିଆଯାଏ ନାହିଁ କିମ୍ବା ଜୁଇରେ ପୋଡା ଯାଏ ନାହିଁ | ଅନ୍ତିମସଂସ୍କାର ପୂର୍ବରୁ ଏହି ପତାକା କାଢି ଦିଆଯାଇ ଶହୀଦଙ୍କ ପରିବାର ସଦସ୍ୟଙ୍କୁ ପ୍ରଦାନ କରାଯାଇଥାଏ | ଏହି ପତାକାକୁ ଉଠାଇବା ବେଳେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଏ , ଯେମିତି ପତାକାର ଅଶୋକ ଚକ୍ର ସବୁଠାରୁ ଆଗରେ ରହିବ | ଅନ୍ତିମ ସଂସ୍କାର ସମୟରେ ସାମରିକ ବ୍ୟାଣ୍ଡ ଦ୍ୱାରା ‘ସମବେଦନା ସଙ୍ଗୀତ’ ବଜାଯାଏ | ଏହା ପରେ ବନ୍ଧୁକରେ ତୋପ ସଲାମି ଦିଆଯାଇଥାଏ | ତୋପ ସଲାମି ଦେବାର ମଧ୍ୟ ଭିନ୍ନ ପରମ୍ପରା ରହିଛି | ଏହି ସମୟରେ ବନ୍ଧୁକଗୁଡ଼ିକ ଏକ ସ୍ୱତନ୍ତ୍ର ଭାବେ ତଳକୁ ଓ ଉପରକୁ ଉଠାଇ ସଲାମି ଦିଆଯାଇଥାଏ |