ଭୁବନେଶ୍ୱର(ଏନଏନଏସ୍): ପ୍ରକାଶ ପାଇଲା CBSE +୨ପରୀକ୍ଷା ଫଳ। ଚଳିତବର୍ଷ ପାସ୍ ହାର ରହିଛି ୮୭.୩୩ ପ୍ରତିଶତ। ପରୀକ୍ଷା ଦେଇଥିଲେ ୧୭ଲକ୍ଷ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନେ results.cbse.nic.in ଓ www.cbseresults.nic.in ରେ ରେଜଲ୍ଟ ଦେଖିପାରିବେ । ଅନ୍ୟପଟେ ଆଉ କିଛି ସମୟ ପରେ ୧୦ମ ଶ୍ରେଣୀ ପରୀକ୍ଷାଫଳ ବାହାରିବ । ଚଳିତବର୍ଷ ୭ହଜାର ୨୫୦ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଦଶମ ପରୀକ୍ଷା ଦେଇଥିଲେ ୨୧ଲକ୍ଷ ୮୬ହଜାର ୯୪୦ଜଣ ଛାତ୍ରଛାତ୍ରୀ।