ବାଲେଶ୍ୱର(ଏନଏନଏସ୍): ବାହାନଗା ରେଳ ଦୁର୍ଘଟଣାର ତଦନ୍ତ ପାଇଁ ବାଲେଶ୍ୱରରେ ପହଞ୍ଚିଲେ ସିବିଆଇ ଟିମ୍ । ଏହି ଟିମ୍ ରେ ୧୦ ରୁ ୧୨ ଜଣ ସିବିଆଇ ସାମିଲ୍ ଅଛନ୍ତି । ଏହି ଟିମ୍ ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଟ୍ରେନ୍ ଦୁର୍ଘଟଣା ପଛରେ ରହିଛି କି ଷଡ଼ଯନ୍ତ୍ର? ଇଣ୍ଟରଲକିଂ ସିଷ୍ଟମକୁ ପରିବର୍ତ୍ତନ କଲା କିଏ ? ଏନେଇ ସିବିଆଇର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସ୍ପଷ୍ଟ ହେବ ଦୁର୍ଘଟଣା ପଛର ପ୍ରକୃତ କାରଣ । ଅନ୍ୟପଟେ ତଦନ୍ତ ଭିତରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ୍ ଗୁଣନିଧି ମହାନ୍ତି ଓ ସହକାରୀ ଲୋକୋ ପାଇଲଟ୍ ହଜାରୀ ବେହେରାଙ୍କ ବୟାନ ଗତକାଲି ରେକର୍ଡ ହୋଇଛି ।