ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ କ୍ୟାବିନେଟ୍ ବୈଠକ ହୋଇଥିଲେ। ଏହି ବୈଠକରେ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ବାଧକ ସାଜିଥିବା ୫ଟି ଆଇନ ଶଂସୋଧନକୁ ମିଳିଲା କ୍ୟାବିନେଟ ଅନୁମୋଦନ । ଯାହାକୁ ନେଇ ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଛି । ୫ଟି ସଂଶୋଧିତ ଆଇନ ମଧ୍ୟରୁ ପଞ୍ଚାୟତର ୩ଟି ଆଇନ ଯଥା ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଆଇନ-୧୯୯୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ । ଏବଂ ପୌରର ଦୁଇଟି ଆଇନ ଯଥା ଓଡ଼ିଶା ମ୍ୟୁନିସିପାଲ୍ ଆଇନ-୧୯୫୦ ଏବଂ ଓଡ଼ିଶା ମ୍ୟୁନିସିପାଲ୍ କର୍ପୋରେସନ୍ ଆଇନ-୨୦୦୩ ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପୂର୍ବରୁ ଏହି ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ସଂରକ୍ଷଣ ୬୫%ରୁ ଅଧିକ ହୋଇଯାଉଥିଲା। ଅନୁସୂଚିତ ଜାତିକୁ ୧୬.୨୫%, ଅନୁସୂଚିତ ଜନଜାତିକୁ ୨୨.୫% ଓ ଓବିସିକୁ ୨୭% ସଂରକ୍ଷଣ ଦିଆଯାଇଥିଲା। ଯାହାକୁ ନେଇ ପୂର୍ବରୁ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣକୁ ନେଇ ବିବାଦ ଚାଲିଥିବା ବେଳେ ସରକାର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସଂରକ୍ଷଣକୁ ୫୦ ପ୍ରତିଶତ ଭିତରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ୟାବିନେଟ୍ରେ କେବଳ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାର ସଂଶୋଧନ ବିଲକୁ ଚଳିତ ଅଧିବେଶନରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି । ତେଣୁ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସି ସଂରକ୍ଷଣ ୧୧%କୁ ଖସିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।
#CMO #NNSODIA