ଗୋଟିଏ ଷଣ୍ଢର ଦାମ ଏକ କୋଟି ଟଙ୍କା । ଗୋଟେ ଷଣ୍ଢର ଦାମ୍ ଏକ କୋଟି, ସେକଥା ଭାବି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ନା । ବେଙ୍ଗାଲୁରୁରେ ଚାଲିଥିବା ଏକ କୃଷି ମେଳାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଷଣ୍ଢକୁ ତା’ ମାଲିକ ୧ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ବୋରେ ଗୌଡା ନାମକ ଏହି ଚାଷୀ ତାଙ୍କ ଷଣ୍ଢକୁ ବିକ୍ରି କରିଥିଲେ । ଷଣ୍ଢର ନାମ କ୍ରିଷ୍ଣା । ୩.୫ ବର୍ଷୀୟ କ୍ରିଷ୍ଣା ହାଲ୍ଲିକ ପ୍ରଜାତିର । ଏହି ବିରଳ ପ୍ରଜାତିର ଷଣ୍ଢର ଶୁକ୍ରାଣୁର ବେଶ୍ ଚାହିଦା ରହିଛି । ଏହି ପ୍ରଜାତିର ଷଣ୍ଢର ଶୁକ୍ରାଣୁର ଗୋଟିଏ ଡୋଜ୍ ହଜାରେରୁ (୧୦୦୦)ଅଧିକ ଟଙ୍କାରେ ବିକ୍ରି ହୁଏ । ହାଲ୍ଲିକର ପ୍ରଜାତିର ଶୁକ୍ରାଣୁକୁ ବ୍ୟବହାର କଲେ ଏ୨ ପ୍ରୋଟିନ ଯୁକ୍ତ କ୍ଷୀର ମିଳିଥାଏ।ତେଣୁ ଗୋପାଳନ କ୍ଷେତ୍ରରେ ଏହା ବେଶ ଲାଭ ଦାୟକ ବୋଲି ଉପସ୍ଥିତ ବିଚାରକ ତଥା ପଶୁ ବିଶେଷଜ୍ଞ ମତ ପ୍ରକାଶ କରିଥିଲେ । ।ଏହି ଷଣ୍ଢକୁ ଦେଖିବାକୁ ମେଳାରେ ପ୍ରବଳ ଭିଡ଼ ଜମିଥିଲା। ଲୋକ ଖାଲି ଦେଖୁନଥିଲେ ଷଣ୍ଢ ସହ ସେଲ୍ଫି ନେବାକୁ ମଧ୍ୟ ବେଶ ଭିଡ ଜମିଥିଲା । ଏହାର ଭିଡିଓ ଓ ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଷଣ୍ଢଟି ହାଲ୍ଲିକର ପ୍ରଜାତିର ହୋଇଥିବାରୁ ତା’ର ଚାହିଦା ବେଶ ଅଧିକ ରହିଛି। ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ୪ ଦିନିଆ କୃଷି ମେଳାରେ ବିଭିନ୍ନ ଜିଲ୍ଲାରୁ ଚାଷୀମାନେ ନିଜ ନିଜର ପାଳିତ ପଶୁଙ୍କୁ ନେଇ ଯୋଗ ଦେଇଥିଲେ ।